ବୃଦ୍ଧାଙ୍କ ଛାତିରେ ବାହାରିଥିଲା ୫ ସେଣ୍ଟିମିଟର ସିଙ୍ଘ! ଡାକ୍ତର ଦେଖି ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଜଣେ ୬୩ବର୍ଷୀୟ ମହିଳାଙ୍କ ଛାତିରେ ୫ ସେଣ୍ଟିମିଟରର ସିଙ୍ଘ ବାହାରିଥିବା ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ଏକ ବିରଳ ଚର୍ମ ସଂକ୍ରମଣ ହେତୁ ହୋଇଥାଏ ବୋଲି କୁହାଯାଉଛି। ଏହା ଶରୀର ଉପରେ ବିଶେଷ କିଛି ପ୍ରଭାବ ପକାଇ ନଥାଏ। ନିକଟରେ ଡାକ୍ତର ବୃଦ୍ଧାଙ୍କ ଅସ୍ତ୍ରୋପଚାର କରି ଉକ୍ତ ସିଙ୍ଘକୁ ବାହାର କରି ଦେଇଛନ୍ତି।

ଏଭଳି ଘଟଣା ମଲେସିଆରୁ ସାମ୍ନାକୁ ଆସିଛି। କୁହାଯାଉଛି କି ଏହା ଏକ ବିରଳ ଚର୍ମ ସଂକ୍ରମଣ ହେତୁ ଘଟିଛି। ମହିଳା ଜଣକ ଡାକ୍ତରଙ୍କୁ କହିଥିଲେ କି, ଦୁଇବର୍ଷ ପୂର୍ବେ ତାଙ୍କ ଛାତିର ବାମପାର୍ଶ୍ବ ହଠାତ ବୃଦ୍ଧି ପାଇବାକୁ ଲାଗିଥିଲା। ଧୀରେଧୀରେ ତାହା ୫ସେଣ୍ଟିମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଆଉ ସେହି ସ୍ଥାନରେ ତାଙ୍କୁ ବିଶେଷ କିଛି ଯନ୍ତ୍ରଣା ହେଉ ନଥିଲେ ବି ବାରମ୍ବାର ତାହା କୁଣ୍ଡେଇ ହେଉଥିଲା।

କୁଇନ ଏଲିଯାବେଥ ୨ ହସ୍ପିଟାଲରେ ବୃଦ୍ଧାଙ୍କ ଅସ୍ତ୍ରୋପଚାର କରି ତାଙ୍କ ଛାତିରୁ ଏହି ସିଙ୍ଘକୁ ଡାକ୍ତରମାନେ ସଫଳତା ସହ ବାହାର କରି ଦେଇଛନ୍ତି।  ବୃଦ୍ଧା ରୋଗୀ ବି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି।  ରୋଗୀ ବି ନିଜର ଏହି ସଫଳ ଅସ୍ତ୍ରୋପଚାର ପାଇଁ ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧିତ ଖବର