ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଓ ଦୁଃଖଦ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏକ କୁକୁରକୁ ପୋଲ ଉପରେ ବସି କାନ୍ଦୁଥିବା ଓ ଭୁକୁ ଥିବା ଦେଖିବାକୁ ମିଳୁଛି।

Advertisment

ସ୍ଥାନୀୟଲୋକଙ୍କ କହିବାନୁସାରେ, ଯାନମ-ୟେଦୁରଲଙ୍କା ପୋଲ ଉପରେ ଜଣେ ମହିଳା ତାଙ୍କ ପୋଷାକୁକୁରକୁ ନେଇ ବୁଲୁଥିଲେ। ହଠାତ କେହି କିଛି ବୁଝିବା ପୂର୍ବରୁ ସେ ପୋଲ ଉପରୁ ଗୋଦାବରୀ ନଦୀକୁ ‌ଡେଇଁ ପଡ଼ିଥିଲେ। ଆଉ ନଦୀ ସ୍ରୋତରେ ଭାସି ଯାଇଥିଲେ।

ଏହାପରେ ପୋଲ ଉପରେ ପଡ଼ିଥିବା ମାଲିକାଣୀଙ୍କ ଚପଲ ପାଖରେ ତାଙ୍କ ପୋଷାକୁକୁର ସେମିତି ବସି ରହିଛି।  ଆଉ ବୋହି ଯାଉଥିବା ପାଣିକୁ ‌ଚାହିଁ ରହିଛି। ଯେମିତି ଲାଗୁଛି ସେ ତାର ମାଲିକାଣୀଙ୍କ ଫେରିବା ବାଟକୁ ଚାହିଁଛି। ସମୟ ସମୟରେ ସେ ପୋଲ ତଳକୁ ଚାହିଁ ଭୁକୁଛି, ପୁଣି ଆଖିରୁ ଲୁହ ଗଡ଼ାଇ ଚପଲ ଉପରେ ମୁହଁକୁ ରଖି ଚୁପଚାପ ‌ଶୋଇ ଯାଉଛି।

ଏହି ଘଟଣା ସମ୍ପର୍କରେ ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହକୁ ନଦୀରୁ ଜବତ କରିଥିଲା। ଜବତ ପରେ ବ୍ୟବଚ୍ଛେଦ ପାଇଁ ପ‌ଠାଇ ପୁଲିସ ଦେଇଥିଲା। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ କି ମୃତ୍ୟୁ କାରଣ ଜଣାପଡ଼ି ନଥିଲା।