ବୋତଲରୁ ମିଳିଲା ୨୯ ବର୍ଷ ତଳର ଚିଠି: ଚିଠି ଲେଖିଥିବା ୮ ବର୍ଷୀୟ ବାଳିକା ଏବେ ୩୭ ବର୍ଷୀୟ ମହିଳା!

ସୋସିଆଲ୍‌ ମିଡିଆରେ ପରିଚୟ ମିଳିଥିବା ମିରାଣ୍ଡା ସେହି ଚିଠିର ପ୍ରକୃତ ଲେଖିକା କି ନୁହଁନ୍ତି ତାହା ରହସ୍ୟମୟ!

କିଛି ଦିନ ତଳେ ସମୁଦ୍ର ଭିତରୁ ଏକ ବୋତଲ ମିଳିଥିଲା ଯେଉଁଥିବା ଦେଖିବାକୁ ମିଳିଥିଲା ଏକ ହସ୍ତଲେଖା ଚିଠି। ଏବେ ସେହିପରି ଆଉ ଏକ ବୋତଲ ଦେଖିବାକୁ ମିଳିଛି। ମାତ୍ର ତଫାତ ଏତିକି ଏଥରର କାହାଣୀଟି ନିଶ୍ଚୟ ବିସ୍ମୟ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ବୋତଲରୁ ଯେଉଁ ଚିଠିଟି ମିଳିଛି ତାହା ଲେଖିଥିଲେ ଜଣେ ୮ ବର୍ଷୀୟ କୁନି ଝିଅ। ଜାଣିବାକୁ ମିଳୁଛି ଯେ ସେ ଝିଅଟି ଏବେ ବଡ଼ ହୋଇ ୩୭ ବର୍ଷୀୟ ମହିଳାରେ ପରିଣତ ହୋଇଛନ୍ତି। କାହିଁକି ନା ବୋତଲ ଭିତରେ ଥିବା ଚିଠିଟି ୨୯ ବର୍ଷ ତଳର!

୧୯୮୮ ମସିହା ସେପ୍ଟେମ୍ବର ୨୬ ତାରିଖରେ ଏହି ଚିଠିଟି ଲେଖା ଯାଇଥିଲା। ଝିଅଟିର ନାମ ମିରାଣ୍ଡା ଚାଭେଜ। ମିରାଣ୍ଡା ବୋତଲ ମଧ୍ୟରେ ଏକ ଚିଠି ରଖି ଏଡିଷ୍ଟୋ ବିଚ୍‌ରେ ଫୋପାଡ଼ି ଦେଇଥିଲେ। ଇତି ମଧ୍ୟରେ ୨୯ ବର୍ଷ ବିତି ଗଲାଣି।

ଯୋଗକୁ ଜଣେ ଦମ୍ପତି ଜର୍ଜିଆ ସମୁଦ୍ର କୂଳରୁ ଏହି ବୋତଲଟିକୁ ପାଇଛନ୍ତି। ଦମ୍ପତି ଲିଣ୍ଡା ହମ୍‌ଫ୍ରିଜ୍‌ ଏବଂ ତାଙ୍କ ପତି ଏହି ଚିଠିର ଲେଖିକାଙ୍କୁ ପାଇବା ପାଇଁ ଚିଠିଟିକୁ ତୁରନ୍ତ ଫେସ୍‌ବୁକ୍‌ରେ ପୋଷ୍ଟ୍‍ କରିଥିଲେ। ଚିଠିରେ ଉଲ୍ଲେଖ ହୋଇଥିବା ଫୋନ୍‌ ନମ୍ବରଟି ଏବେ ଅକାମୀ ହୋଇ ଯାଇଥିବାରୁ ଉକ୍ତ ଚିଠି ଲେଖିଥିବା ମହିଳାଙ୍କୁ ଖୋଜିବା ଦମ୍ପତିଙ୍କ ପକ୍ଷେ ଟିକେ କଷ୍ଟକର ହୋଇଥିଲା। ଫଳରେ ସେ ସୋସିଆଲ୍‌ ମିଡିଆର ସହାୟତା ନେଇଥିଲେ।

ଚିଠଟିରେ ଲେଖାଯାଇଛି, ‘ହାଲୋ! ମୋ ନାମ ହେଉଛି ମିରାଣ୍ଡା ମୋସ ଚାଭେଜ। ମୁଁ ୮ ବର୍ଷର ବାଳିକା। ମୁଁ ତୃତୀୟ ଶ୍ରେଣୀରେ ପଢ଼େ।’ ଚିିଠିଟି ଅସ୍ପଷ୍ଟ ଥିବାରୁ ସଂପୂର୍ଣ୍ଣ ପଢ଼ି ନ ହେଲେ ବି ତାଙ୍କ ଘର ଠିକଣା, ଫୋନ୍‌ ନମ୍ବର ଏବଂ ଚିଠି ଲେଖା ହୋଇଥିବା ତାରିଖ ଦେଖିବାକୁ ମିଳିଛି।

ଲିଣ୍ଡା ଚିଠିଟିକୁ ପାଇବା ପରେ ମିରାଣ୍ଡା ମୋସ୍‌ ଚଭେଜ୍‌ ନାମରେ ଫେସ୍‌ବୁକ୍‌ରେ ଖୋଜି ଜଣେ ମହିଳାଙ୍କୁ ପାଇବାରେ ସମର୍ଥ ହୋଇଛନ୍ତି। ସେ ଅନୁମାନ କରିଛନ୍ତି ୨୯ ବର୍ଷ ସେହି କୁନି ବାଳିକା ଜଣକ ହୁଏତ ଇଏ। ଦେଖିବାକୁ ମିଳିଛି ଲିଣ୍ଡା, ମିରାଣ୍ଡା ମୋସ ଚାଭେଜ ନାମରେ ଜଣେ ମହିଳାଙ୍କୁ ସର୍ଚ କରି ସ୍କି୍ରନ୍‌ସଟ୍‌ ନିଜ ଟାଇମ୍‌ଲାଇନ୍‌ରେ ଦେଇଛନ୍ତି। ଲିଣ୍ଡାଙ୍କ କମେଣ୍ଟ୍‌ ବକ୍ସରେ ମଧ୍ୟ ମିରାଣ୍ଡା ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତେବେ ବାସ୍ତବରେ ଉତ୍ତର ଦେଇଥିବା ମିରାଣ୍ଡା ସେହି କୁନି ବାଳିକା କି ନୁହେଁ ତାହା ଏବେ ରସହ୍ୟମୟ!

ସମ୍ବନ୍ଧିତ ଖବର