ପରିବା ବ୍ୟବସାୟ କରି ପେଟ ପୋଷୁଥିବା ମହିଳା ପିଲାଙ୍କ ପାଠ ପଢ଼ିବା ପାଇଁ ସ୍କୁଲକୁ ଦାନ କଲେ ନିଜର ୫୦ ଲକ୍ଷ ଟଙ୍କାର ଜମି!

ଧନୀବ୍ୟକ୍ତିମାନେ ନିଜ ଅଞ୍ଚଳରେ ସ୍କୁଲଟିଏ ପାଇଁ ଜମି ଦାନ କରିବାର ଶୁଣିଥିବେ। କିନ୍ତୁ ଜଣେ ମହିଳା ଯେ କି ଓଳିଏ ଖାଇ ଓଳିଏ ଉପାସ ରହୁଥିବା ବେଳେ ପିଲାଙ୍କ ପାଠ ପଢିବା ପାଇଁ ନିଜର ମୂଲ୍ୟବାନ ଜମିକୁ ସରକାରୀ ସ୍କୁଲ ହାତକୁ ଟେକି ଦେଇ ନିଜେ ଭଡ଼ାଘରେ ରହିବା ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ। ଏପରି ଏକ ମହତ କାମ କରି ଦେଖାଇ ଦେଇଛନ୍ତି ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାରେ ବାସ କରୁଥିବା କମଳା ଭୋଇ ନାମକ ଜଣେ ମହିଳା।

ରାଜସ୍ଥାନର ଆଦିବାସୀ ଅଞ୍ଚଳ ଡୁଙ୍ଗରପୁର ଜିଲ୍ଲାରେ ବାସ କରୁଥିବା ଏହି ମହିଳା ଜଣକ ପାଠ ପଢିନଥିବା ସତ୍ୱେ ମଧ୍ୟ ପାଠର ମହତ୍ୱକୁ ବୁଝିପାରିଛନ୍ତି। ଗାଁରେ ଜାଗା ଏବଂ ଟଙ୍କା ଅଭାବରୁ ସ୍କୁଲ ଖଣ୍ଡେ ନଥିଲା। ପିଲାମାନେ ପାଠ ପଢିପାରୁନଥିଲେ। ତେଣୁ ଏହାକୁ ଦେଖି ଡୁଙ୍ଗରପୁର ଜିଲ୍ଲାର ଜଣେ ମହିଳା ତାଙ୍କର ୫୦ ଲକ୍ଷ ଟଙ୍କାର ଜମିକୁ ସରକାରୀ ସ୍କୁଲ ହାତକୁ ଟେକିଦେଇ ନିଜେ ଭଡା ଘରେ ରହୁଛନ୍ତି। କଥାରେ ଅଛି ଅନ୍ୟକୁ କିଛି ଦାନ କରିବା ଏକ ମହତ କାମ ହୋଇଥାଏ। କିନ୍ତୁ ନିଜେ ଅସୁବିଧାରେ ରହି ଅନ୍ୟକୁ ଦାନ କରିବା ସହଜ ହୋଇନଥାଏ। ତେଣୁ ସରକାରୀ ସ୍କୁଲକୁ ନିଜର ଜମି ଦାନ କରିଦେଇଥିବା ଏହି ଦାନୀ ମହିଳାଙ୍କୁ ଜୁନ ୨୮ ତାରିଖରେ ସମ୍ମାନିତ କରାଯିବ।

photo by : zeenews.india.com

ଡୁଙ୍ଗରପୁର ସହରର ବିଜୟଗଂଜ କଲୋନିରେ ରହୁଥିବା କମଳା ଭୋଇ ନିଜେ ପାଠ ପଢିନାହାଁନ୍ତି। କିନ୍ତୁ ଶିକ୍ଷାର ମହତ୍ୱକୁ ବୁଝିପାରିଛନ୍ତି। କମଳାଦେବୀ କିଛିଦିନ ପୂର୍ବରୁ କିଶନଲାଲ ଗର୍ଗ ରାଜକୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ନିଜର ୨,୬୮୬  ବର୍ଗଫୁଟର ଜମି ଦାନ କରିଛନ୍ତି। କମଳା ତାଙ୍କ ଦୁଇ ପୁଅଙ୍କ ସହ ବିଜୟଗଂଜ କଲୋନିରେ ଭଡାରେ ରହିବା ସହ ପରିବା ବ୍ୟବସାୟ କରି ପେଟ ପୋଷନ୍ତି। ନିଜେ ଓଳିଏ ଖାଇ ଓଳିଏ ଉପାସ ରହୁଥିବା ବେଳେ ପିଲାଙ୍କ ପାଠ ପଢିବା ପାଇଁ ନିଜର ମୂଲ୍ୟବାନ ଜମିକୁ ସରକାରୀ ସ୍କୁଲ ହାତକୁ ଟେକି ଦେଇ ଖୁସି ଅନୁଭବ କରୁଥିବା କହିଛନ୍ତି କମଳା। କମଳାଙ୍କ ଦ୍ୱାରା ଦାନ କରାଯାଇଥିବା ଏହି ଜମିର ବଜାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଏ।

ସମ୍ବନ୍ଧିତ ଖବର