ନୂଆଦିଲ୍ଲୀ: ଯୁଗ ବଦଳିଛି, କୌଣସି କାମ ପାଇଁ ଏବେ ଆଉ ନାରୀ ଓ ପୁରୁଷ ମଧ୍ୟରେ ସେ ପାର୍ଥକ୍ୟ ନାହିଁ। ଅନେକ ସମୟରେ ଏହି କଥାଟି ପ୍ରମାଣ ହୋଇ ଚାଲିଥିବା ବେଳେ ନିକଟରେ ପୁଣି ଥରେ ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି।
ଜଣେ ମହିଳା ଏକ ଓଲା ଅଟୋ ବୁଲ୍ କଲେ। ଅଟୋ ବୁକ୍ କରିବାର ୨ ମିନିଟ୍ ମଧ୍ୟରେ ତାଙ୍କ ପାଖରେ ପହଞ୍ଚିଥିଲା ଗାଡ଼ି। ସେ ଗାଡ଼ିର ଡ୍ରାଇଭର୍ ଥିଲେ ଅନ୍ୟ ଜଣେ ମହିଳା। ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଡ୍ରାଇଭର୍ ଭାବେ ଦେଖି ମହିଳା ଗ୍ରାହକଙ୍କ ମନରେ ଉତ୍ସୁକତା ଜାଗ୍ରତ ହେଲା ଓ ସେ ଅଟୋରେ ଯିବା ସମୟରେ ଡ୍ରାଇଭର୍ଙ୍କ ସହ କଥା ହୋଇ ତାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କଲେ। ଯାହାକୁ ସେ ଏବେ ତାଙ୍କ ଲିଙ୍କ୍ଡିନ୍ ଆକାଉଣ୍ଟ୍ରେ ସେୟାର୍ କରିଛନ୍ତି।
ଗ୍ରାହକ ମହିଳା ଜଣକ ହେଉଛନ୍ତି ନନ୍ଦିନୀ। ସେ ତାଙ୍କ ଆକାଉଣ୍ଟ୍ରେ କରିଥିବା ପୋଷ୍ଟ୍ରୁ ଜାଣିବାକୁ ମିଳିଛି ଯେ ଅଟୋ ଚାଳିକା ଜଣକ ହେଉଛନ୍ତି ଛାୟା। ସେ ପ୍ରଥମେ ଏକ କପଡ଼ା ଦୋକାନରେ କାମ କରୁଥିଲେ। ମାତ୍ର ସେଠାକାର ବାତାବରଣ ଉତ୍ତମ ନଥିବାରୁ ଛାୟା ଚାକିରି ଛାଡ଼ି ଅଟୋ ଚଳାଇବାକୁ ନିଷ୍ପତ୍ତି ନେଇଥିଲେ। ଛାୟାଙ୍କ ଭାଇ ଜଣେ ଅଟୋ ଚାଳକ ହୋଇଥିବାରୁ ଅଟୋ ଚଳାଇବାର ପରାମର୍ଶ ସେ ନିଜ ଭାଇଙ୍କ ନିକଟରୁ ପାଇଥିଲେ। ସେ କହନ୍ତି କି ପ୍ରଥମେ ତାଙ୍କ ସ୍ବାମୀ ମାନୁନଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ସ୍ବାମୀ ତାଙ୍କୁ ଅନୁମତି ଦେବାରୁ ସେ ଅଟୋ ଚଳାଇବା ଆରମ୍ଭ କରିଥିଲେ। ସେ ପ୍ରତିଦିନ ୧୦୦ କିଲୋମିଟର ଅଟୋ ଚଳାନ୍ତି। ସଂଧ୍ୟା ପୂର୍ବରୁ ଘରକୁ ଫେରି ନିଜ ପରିବାରକୁ ସମୟ ଦିଅନ୍ତି। ଛାୟା କହନ୍ତି ଅଟୋ ଚଳାଇ ସେ ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Untitled-51.jpg)