ନୂଆଦିଲ୍ଲୀ: ଟଙ୍କା ରୋଜଗାର କିରିବା ଆଜିକାଲି ଯେତିକି କଷ୍ଟ, ତାଠାରୁ ଅଧିକ ସହଜ ହୋଇପଡ଼ିଛି। ବାସ୍ ପ୍ରତିଭା ଥିବା ଦରକାର। ଯଦି ଆପଣଙ୍କ ନିକଟରେ ପ୍ରତିଭା ଅଛି ତେବେ ଟଙ୍କା ରୋଜଗାର କରିବା ଆଦୌ ବି ରକେଟ୍ ସାଇନ୍ସ ନୁହେଁ। ଆଜିର ଇଣ୍ଟର୍ନେଟ୍ ଯୁଗରେ, ନିଜର ଆବଶ୍ୟକତା ପୂରା କରିବାକୁ ଯେକେହି ବି ଟଙ୍କା ରୋଜଗାର କରିପାରନ୍ତି।
ଆମେ ଆଜି କହିବୁ ୩୮ ବର୍ଷୀୟା ଜଣେ ମହିଳାଙ୍କ ବିଷୟରେ। ଯିଏକି ନିଜ ହାତର ଦୁଇଟି ଆଙ୍ଗୁଠିକୁ ପ୍ରୟୋଗ କରି ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି। ନିଜର ବୁଢ଼ା ଆଙ୍ଗୁଠୁକୁ ଘୂରାଇ ଭିଡିଓ ବନାଉଛନ୍ତି। ତାହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରୁଛନ୍ତି। ସେଥିରେ ଲକ୍ଷ ଲକ୍ଷ ଭିୟୁ ହେବା ସହ ଲକ୍ଷ ଲକ୍ଷ ଟଙ୍କା ବି ରୋଜଗାର ହେଉଛି।
ଏହି ମହିଳାଙ୍କ ନାମ ଏଲି ରାୟ। ସେ ତାଙ୍କ ଆଙ୍ଗୁଠିକୁ ଭିନ୍ନ ଭିନ୍ନ ଶୈଳୀରେ ମୋଡ଼ି ତାହାର ଫଟୋ ଓ ଭିଡିଓକୁ ସୋସିଆଲ୍ ମିଡିଆରେ ସେୟାର୍ କରିଥାନ୍ତି। ସେ ଅନ୍ୟ ଲୋକଙ୍କ ତୁଳନାରେ ନିଜ ଆଙ୍ଗୁଠିକୁ ଟିକେ ଅଧିକ ମୋଡ଼ି ପାରୁଛନ୍ତି। ଯେଉଁଥି ପାଇଁ ସେ ଏବେ ଜଣେ ଜଣାଶୁଣା ଟିକ୍ଟକ୍ ଷ୍ଟାର୍ ବନି ପାରିଛନ୍ତି।
ନିଟ୍ପୋଷ୍ଟ୍.କମ୍ର ରିପୋର୍ଟ ଅନୁସାରେ, ଏଲି ପ୍ରଥମେ ନର୍ସ ଚାକିରି କରୁଥିଲେ। ମାତ୍ର ଆଡଲ୍ଟ ସାଇଟ୍ରେ କାମ କରିବା ପରେ ତାଙ୍କୁ ୨୦୨୧ ମସିହାରେ ନର୍ସ ଚାକିରିରୁ ବାହାର କରି ଦିଆଯାଇଥିଲା। ତାପରେ ସେ ସୋସିଆଲ୍ ମିଡିଆକୁ ହିଁ ନିଜ ଫୁଲ୍ଟାଇମ୍ କ୍ୟାରିୟର୍ ବନାଇଦେଲେ।