ନୂଆଦିଲ୍ଲୀ: ଇଣ୍ଟରନେଟ୍‌ରେ ଭିଡିଓ ଭାଇରାଲ୍‌ ହେବା ଏକ ସାଧାରଣ କଥା। ପ୍ରତିଦିନ କିଛି ନା କିଛି ନୂଆ ଭିଡିଓ ଆମ ଆଖିରେ ପଡ଼ିଥାଏ। କିଛି ଭିଡିଓ ଏତେ ଚମତ୍କାର ହୋଇଥାଏ ଯେ ତାହାକୁ ସତ ବୋଲି ମନ ଗ୍ରହଣ କରିବାକୁ ମନା କରେ। ଯେତେ ଥର ଦେଖିଲେ ବି ଭିଡିଓଟି ନକଲି ବୋଲି ଲାଗେ।

Advertisment

ସେହିପରି ଏକ ଭିଡିଓକୁ ଏବେ ଇଣ୍ଟର୍‌ନେଟ୍‌ରେ ଦେଖିବାକୁ ମିଳୁଛି। ଇଣ୍ଟରନେଟରେ ବହୁତ ଅଦ୍ଭୁତ ପ୍ରକାରର ଜିନିଷ ଉପଲବ୍ଧ। ତେବେ ଆମେ ଆଜି କିଛି ପ୍ରକାରର ଖାଦ୍ୟ ମିଶ୍ରଣ କରି ତିଆରି କରାଯାଉଥିବା ନୂଆ ‘ଡିସ୍‌’ ବନାଉଥିବା ଲୋକଙ୍କ ବିଷୟରେ କହୁନୁ କି କାହାରି ସଫଳତା ବିଷୟରେ ଚର୍ଚ୍ଚା କରୁନୁ।

ଇଣ୍ଟରନେଟରେ ଏପରି ଅନେକ ଭିଡିଓ ଉପଲବ୍ଧ ଅଛି ଯେଉଁଥିରେ ଲୋକମାନେ ବନ୍ୟ ଯନ୍ତୁଙ୍କ ନିକଟରେ ଠିଆ ହୋଇଥିବା ଦେଖିବାକୁ ମିଳିଥାଏ। କେହି କେହି ଫଟୋ ବି ଉଠାଇ ଥାଆନ୍ତି।

ହେଲେ ଏବେ ଜଣେ ମହିଳା ଏବଂ ସିଂହର ଏପରି ଏକ ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଛି, ଯାହା ହୁଏତ ଆପଣଙ୍କୁ ନକଲି ଲାଗିପାରେ। ଭିଡିଓରେ ମହିଳା ଜଣକ ସିଂହର ଥାଳିରୁ ସିଧା ଖାଦ୍ୟ ନେଇ ଖାଉଥିବା ଦେଖିବାକୁ ମିଳିଛି। ବିଶ୍ବାସ ନହେଲେ ବି ଭିଡିଓଟି ପୂରା ସତ।

ଆମେ କୌଣସି ମଜାକ କରୁନାହୁଁ। ୟୁନାଇଟେଡ୍‌ ଆରବ ଏମିରେଟ୍‌ସରେ ଏକ ବନ୍ୟ ଯନ୍ତୁ ପାର୍କରେ ଏହି ଭିଡିଓ ସୁଟିଂ କରାଯାଇଛି। ଭିଡିଓକୁ ଏବେ ସୁଦ୍ଧା ୩.୮ ମିଲିୟନରୁ ଅଧିକ ଭ୍ୟୁ ଏବଂ ଅନେକ ପ୍ରତିକ୍ରିୟା ମିଳିଛି। ଏହି କ୍ଲିପ୍ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଏକ ବନ୍ୟ ଯନ୍ତୁ କିପରି ଗୃହପାଳିତ ପଶୁ ପରି ମହିଳାଙ୍କ ସହ ବ୍ୟବହାର କରୁଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି।