ସ୍ୱାମୀଙ୍କ ମୃତ୍ୟୁ ପରେ ୬ ବର୍ଷ ହେବ ତାଙ୍କ ଦେହାବଶେଷ ପାଉଁଶକୁ ଖାଉଛନ୍ତି ମହିଳା

ଓ୍ଵାସିଂଟନ୍‌ : ଅନେକ ସମୟରେ ପରିବାରରେ ହଠାତ୍‌ କାହାର ବିୟୋଗ ପରିବାରକୁ ଭାଙ୍ଗି ଦେଇଥାଏ । କିନ୍ତୁ ଆମେରିକାରେ କେସି ନାମକ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁରେ ଦୁଃଖିତ ହୋଇ ତାଙ୍କ ଆସ୍ଥିିପାଉଁଶକୁ ଦୀର୍ଘ ୬ ବର୍ଷ ହେଲା ଖାଇଆସୁଛନ୍ତି । ଏହା ବିଷୟରେ ମହିଳା ଜଣକ ନିଜେ ଆମେରିକାନ୍‌ ରିଆଲିଟି ସୋ’ ମାଇଁ ଷ୍ଟ୍ରେଞ୍ଜ ଆଡିକସନ୍‌ ମାଧ୍ୟମରେ ପ୍ରକାଶ କରିଛନ୍ତି।

punjabkesari

ସୂଚନା ଅନୁଯାୟୀ , ୬ ବର୍ଷ ପୂର୍ବେ କେସିଙ୍କ ସ୍ୱାମୀ ଶାନ୍‌ଙ୍କର ଶ୍ୱାସ ସମସ୍ୟା ହେତୁ ହଠାତ୍‌ ମୃତ୍ୟୁ ହୋଇଯାଇଥିଲା । କେସି ତାଙ୍କ ସ୍ୱାମୀଙ୍କୁ ଏତେ ଭଲ ପାଉଥିଲେ କି ସେ ତାଙ୍କର ସଂସ୍କାର ପରେ ପାଉଁଶକୁ ଘରକୁ ନେଇ ଆସିଥିଲେ । ସେ ତାହାକୁ ଏକ ବାକ୍ସ ମଧ୍ୟରେ ସାଇତି ରଖିବାକୁ ଯାଉଥିବା ସମୟରେ କିଛି ପାଉଁଶ ତଳେ ପଡ଼ିଯାଇଥିଲା । ଯାହାକୁ ସେ ଫୋପାଡ଼ିବାକୁ ଚାହୁଁନଥିଲେ। ଏଣୁ ସେ ତାକୁ ଚାଟିଚାଟି ଖାଇ ଦେଇଥିଲେ । ଏହା ଘଟଣା ପରେ ତାଙ୍କର ସ୍ୱାମୀଙ୍କ ପାଉଁଶ ଖାଇବା ଯେପରି ଏକ ଅଭ୍ୟାସରେ ପରିଣତ ହୋଇଗଲା ଯେ ଏବେ ସେ ଚାହିଁ ମଧ୍ୟ ତାଙ୍କର ଏହି ଅଭ୍ୟାସକୁ ପରିବର୍ତ୍ତନ କରିପାରୁ ନାହାନ୍ତି ।

punjabkesari

ଏତିକି ନୁହେଁ, କେସି ତାଙ୍କ ସ୍ୱାମୀଙ୍କ ପାଉଁଶକୁ ନେଇ ସବୁଆଡ଼େ ବୁଲିବାକୁ ଯାଇଥାନ୍ତି । ସେ ଫିଲ୍ମ ଦେଖିବାକୁ ଯାଇଥାନ୍ତୁ ବା ନିତ୍ୟବ୍ୟବହାଯ୍ୟର୍ ଜିନିଷ କିଣିବା ପାଇଁ ସେ ସବୁବେଳେ ପାଉଁଶକୁ ନିଜ ସହ ରଖିବାକୁ ପସନ୍ଦ କରନ୍ତି । ତାଙ୍କର ଏହି ଅଭ୍ୟାସ ପାଇଁ ତାଙ୍କ ପରିବାର ସଦସ୍ୟ ଏବଂ ସାଙ୍ଗସାଥୀ ବହୁ ଭାବେ ଚିନ୍ତିତ ଅଛନ୍ତି । କିନ୍ତୁ କେସିଙ୍କୁ ଏହା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ ବୋଲି ସେ କହିଛନ୍ତି । ଅନେକ ଲୋକ ତାଙ୍କ ଉପରେ ହସିବା ସହ ସେ ସମସ୍ତଙ୍କ ଦୃଷ୍ଟି ଆର୍କଷଣ ପାଇଁ ନାଟକ କରୁଥିବା କହିଥାନ୍ତି କିନ୍ତୁ କେସିଙ୍କ ତାଙ୍କ ସ୍ୱାମୀଙ୍କ ପ୍ରତି ରହିଥିବା ପ୍ରେମକୁ କେହି ମଧ୍ୟ ବୁଝିବାକୁ ଚେଷ୍ଟାା କରନ୍ତି ନାହିଁ ।

ସମ୍ବନ୍ଧିତ ଖବର