ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଅନେକ ମଜାଦାର ପୋଷ୍ଟ୍ ସବୁ ଦେଖିବାକୁ ମିଳିଥାଏ। ନିକଟରେ ସୋସିଆଲ ମିଡିଆରେ ଏକ ହ୍ବାଟ୍ସଆପ୍ ଚାଟ୍ର ସ୍କ୍ରିନସଟ୍ ଘୂରି ବୁଲୁଛି, ଯାହାକୁ ଦେଖିବା ପରେ ଆପଣ ବି ନିଜ ହସ ରୋକିପାରିବେ ନାହିଁ।
ଟ୍ବିଟର୍ ଆକାଉଣ୍ଟ୍ ଇଣ୍ଟରନେଟ୍ ହଲ୍ ଅଫ୍ ଫେମ୍ରେ ସ୍କ୍ରିନ୍ସଟ୍ଟି ସେୟାର ହେବା ପରେ ଏହାକୁ ଏବେ ସୁଦ୍ଧା ୩ ଲକ୍ଷରୁ ଅଧିକ ଲାଇକ୍ ମିଳି ସାରିଲାଣି। ଭିୟୁ ପ୍ରାୟ ୧ କୋଟିରୁ ଅଧିକ ହୋଇଛି। ହଜାର ହଜାର ଲୋକ ଏହା ଉପରେ ମନ୍ତବ୍ୟ ଦେଇ ଚାଲିଛନ୍ତି।
ଘଟଣାଟି ହେଉଛି, ବସ୍ଙ୍କ ନିକଟକୁ ଜଣେ ମହିଳାଙ୍କର ମେସେଜ୍ ଆସିଲା କି ‘ମୁଁ ଗର୍ଭବତୀ’ । ମହିଳା ଜଣକ ଦ୍ବିତୀୟ ଓ ତୃତୀୟ ମେସେଜ୍ରେ ‘ତେଣୁ ମୋତେ କିଛି ଦିନ ଛୁଟି ଦରକାର। ଯାହାଫଳରେ ମୁଁ ମୋ ପ୍ରେମିକ ସହିତ ଏ ବିଷୟରେ କଥାବାର୍ତ୍ତା କରିପାରିବି। ଦୟାକରି ମୋର ଛୁଟି ଅନୁମୋଦନ କରନ୍ତୁ’ ବୋଲି ଲେଖିଛନ୍ତି।
— internet hall of fame (@InternetH0F) July 23, 2023
ଏହି ମେସେଜ୍ ପଢ଼ିବା ପରେ ରାଗିଯାଆନ୍ତି ବସ୍ଙ୍କ ପତ୍ନୀ। ଫଳରେ ଉତ୍ତରରେ ବସ୍ ଲେଖିଛନ୍ତି, ‘ତୁମେ ପ୍ରଥମେ ଏ ବିଷୟରେ ମୋ ପତ୍ନୀଙ୍କ ସହ ଆଲୋଚନା କର। ଏସବୁ କଥା ତୁମେ ଗୋଟାଏ ମେସେଜ୍ରେ କାହିଁକି ପଠାଇଲ ନାହିଁ? ସେ ତୁମର ପ୍ରଥମ ମେସେଜ୍ ପଢ଼ି ରାଗିଗଲେ।’
କିଛି ଲୋକ ଏହାକୁ ଦେଖି ବସ୍ଙ୍କୁ ପରିହାସ କରିବା ଆରମ୍ଭ କରିଥିବାବେଳେ କିଛି ଉପଭୋକ୍ତା କହିଛନ୍ତି ଯେ ‘ପତ୍ନୀଙ୍କ ଆଗରେ ଏଭଳି ବାର୍ତ୍ତା ପଢ଼ିବା ଉଚିତ୍ ନୁହେଁ।’ ତେବେ ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ବସ୍ ଏବଂ କର୍ମଚାରୀଙ୍କ ଚାଟ୍ ମଧ୍ୟ ଭାଇରାଲ ହୋଇଛି।