ଶରୀର ଉପର ଦେଇ ଚାଲିଗଲା ଟ୍ରେନ, ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲେ ମହିଳା

ସିକର : ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ମହିଳାଙ୍କ ଉପର ଦେଇ ମାଲବାହୀ ଟ୍ରେନ ଚାଲି ଯାଉଥିବା ଦେଖା ଯାଉଛି । ଟ୍ରେନଟି ଯିବା ପରେ ମହିଳାଙ୍କୁ ଜୀବିତ ଦେଖି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହେବା ସହ ନିଜର ଉପସ୍ଥିତ ବୁଦ୍ଧି ପାଇଁ ମହିଳାଜଣଙ୍କ ବଞ୍ଚିଗଲେ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । ମହିଳାଙ୍କ ନାଁ ମାଳି ଦେବୀ ବୋଲି ଜଣା ପଡ଼ିଛି ।

ସୂଚନା ମୁତାବକ, ନୀମ୍‌ କା ଥାନା ସହରରେ ଟ୍ରେନଟି ଅଟକିବା ପରେ ମହିଳାଜଣଙ୍କ ରେଳ ଧାରଣା ପାର ହେବା ଆରମ୍ଭ କରିଥିଲେ । କିନ୍ତୁ ଏହି ସମୟରେ ହଠାତ ଟ୍ରେନଟି ଚାଲୁ ହୋଇ ଯାଇଥିଲା । ଟ୍ରେନକୁ ନିଜ ଆଡ଼କୁ ଆସୁଥିବା ଦେଖି ମାଳି ଦେବୀ ରେଳ ଧାରାଣା ମଝିରେ ଶୋଇ ପଡ଼ିଥିଲେ । ଯାହା ଦ୍ୱାରା ସେ ନିଜର ଜୀବନ ବଞ୍ଚାଇ ପାରିଥିଲେ । ଏହି ଘଟଣାରେ ମାଳି ଦେବୀଙ୍କ କୌଣସି ପ୍ରକାରର ଆଘାତ ଲାଗି ନଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର