ନୂଆଦିଲ୍ଲୀ: ଏସିଡ଼ ପୀଡିତା କମ୍ବଲ କୟୁମ। ଯିଏକି ତାଙ୍କ ଜୀବନରେ ଅନେକ ସମସ୍ୟାର ସାମ୍ନା କରି ଆଜି ଏକ ଟେକ୍ସଟାଇଲ କମ୍ପାନିରେ ସଫଳତା ଭାବେ କାମ କରୁଛନ୍ତି।
କମ୍ବଲ ତାଙ୍କ ଜୀବନ ବିଷୟରେ ଆଲୋଚନା କରି କହିଛନ୍ତି, ‘ପିଲାଟି ଦିନରୁ ଆକାଶରେ ଉଡ଼ିବି, ଏୟାରହଷ୍ଟେସ ହେବି ବୋଲି ବହୁ ସ୍ବପ୍ନ ଦେଖିଥିଲି। ବଡ଼ ହେବା ପରେ ପାଠପଢ଼ିବା ସହିତ ଏୟାରହଷ୍ଟେସ କିପରି ହେବାକୁ ହୁଏ ସେଥିପାଇଁ ପ୍ରଶିକ୍ଷଣ ବି ନେଇଥିଲି। ଭଗବାନଙ୍କ କୃପାରୁ ମୋତେ କ୍ୟାବିନ କ୍ରୁ ଭାବେ ଚୟନ କରାଯାଇଥିଲା। ମୁଁ ଏହି ଖବର ଖୁସିରେ ସାଙ୍ଗମାନଙ୍କୁ ଜଣାଇଥିଲି। କିନ୍ତୁ ଏହା ମୋ ପାଇଁ କାଳ ହେବ ବୋଲି ମୁଁ ଜାଣି ନଥିଲି।
ସେମାନେ ମୋର ଏହି ସଫଳତା ସହ୍ୟ କରି ପାରି ନଥିଲେ। ହଠାତ ଦିନେ ମୋତେ ବୁଲି ଯିବାକୁ ଡାକି ମୋ ଉପରେ ଏସିଡ଼ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ମୋର ଚେହେରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଆଉ ମୁଁ ବି ଭାଙ୍ଗି ପଡ଼ିଥିଲି। ଏ ଚେହେରା ସହିତ ବଞ୍ଚିବା ଅପେକ୍ଷା ଜୀବନ ହାରି ଦେବାକୁ ସ୍ଥିର କରିଥିଲି। କିନ୍ତୁ ପରିବାରଲୋକଙ୍କୁ ଦେଖି ଏସବୁ ଚିନ୍ତାଧାରାରୁ ଓହରି ମନକୁ ଦୃଢ଼ କରିଥିଲି। ଆଉ ଜୀବନରେ ଆଗକୁ ବଢ଼ିବାକୁ ସ୍ଥିର କରିଥିଲି।
ଏହି ଦୁର୍ଘଟଣା ପରେ ହେୟାର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଅସୀମ ଶାହମଲକ କମ୍ବଲଙ୍କ ବହୁତ ସାହାଯ୍ୟ କରିବା ସହିତ ମାଗଣାରେ ଚିକିତ୍ସା କରିଥିଲେ। ସେ ଚିକିତ୍ସା ପାଇଁ କରାଚି ଆସି ପ୍ରଥମେ କମ୍ବଲଙ୍କ ଦୁଇଟି ନୂଆ ଆଇବ୍ରୋ ଓ ଆଖି ପତା ତିଆରି କରିଥିଲେ। ଏଥିପାଇଁ ଅସୀମ କମ୍ବଲଙ୍କ ମୁଣ୍ଡର କେଶ ବ୍ୟବହାର କରିଥିଲେ। ଧୀରେଧୀରେ କମ୍ବଲଙ୍କ ଚିକିତ୍ସା କରି ଚେହେରାକୁ ସଜାଡ଼ି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/234728c6-be41-4e49-a016-f97b45e37525.jpg)