ନୂଆଦିଲ୍ଲୀ: ସମୟ ସମୟରେ ସୋସିଆଲ ମିଡିଆରେ ଆଶ୍ଚର୍ଯ୍ୟଜନକ ପ୍ରେମକାହାଣୀ ସାମ୍ନାକୁ ଆସିଥାଏ। ଯାହାକୁ ବିଶ୍ବାସ କରି ହୋଇ ନଥାଏ। ଏମିତି ବି ଘଟିପାରେ ବୋଲି ମନରେ ପ୍ରଶ୍ନ ଆସିଥାଏ। ଦେଖିବାକୁ ଗଲେ କଥାରେ ଅଛି ପ୍ରେମ ଅନ୍ଧ ହୋଇଥା ଏ। କାରଣ ଯେତେବେଳେ ଜଣେ ଅନ୍ୟ ଜଣକଙ୍କ ପ୍ରେମରେ ପଡନ୍ତି ତାଙ୍କୁ ଜାତି, ଗୋତ୍ର, ଧର୍ମ, ବର୍ଣ୍ଣ ଓ ପେସା କିଛି ଦେଖାଯାଇ ନଥାଏ।
ନିକଟରେ ଜଣେ ଯୁବତୀ ଜଣେ ମୋବାଇଲ ଚୋର ପ୍ରେମରେ ପଡ଼ିଥିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ବ୍ରାଜିଲରେ ଘଟିଛି। ଏକ ଟୁଇଟର ଭିଡିଓରେ ଏହି ପ୍ରେମୀଯୁଗଳ ନିଜର ପ୍ରେମ କାହାଣୀ ସେୟାର କରିଛନ୍ତି। ଯାହାକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ ବି କରିଛନ୍ତି।
ଜଣେ ଯୁବତୀ ରାସ୍ତାରେ ଯାଉଥିବା ବେଳେ ତାଙ୍କ ଠାରୁ ଜଣେ ଚୋର କିଛି ସାମଗ୍ରୀ ସହିତ ଫୋନ ବି ଚୋରି କରି ନେଇଥିଲା। ହମୈନୁଏଲା ନାମକ ମହିଳା ବ୍ରାଜିଲରେ ଏକ କାର୍ଯ୍ୟକ୍ରମରେ ନିଜର ପ୍ରଥମ ଡେଟ ବିଷୟରେ ଜଣାଇ କହିଥିଲେ, ‘ମୁଁ ଏମିତି ଏକ ରାସ୍ତାରେ ଯାଉଥିଲି ଯେଉଁଠାରେ ମୋ ଫୋନ ଓ ଧରିଥିବା କିଛି ସାମଗ୍ରୀ ଚୋରି ହୋଇଯାଇଥିଲା। ଆଉ ଯିଏ ମୋ ଫୋନ ଚୋରି କରିଥିଲେ ମୁଁ ତାଙ୍କ ପ୍ରେମରେ ଏବେ ପଡ଼ି ଯାଇଛି।’
ଏହି ପ୍ରସଙ୍ଗରେ ଯୁବତୀଙ୍କ ପ୍ରେମିକ କହିଛନ୍ତି, ‘ମୁଁ ଏମିତି ଏକ ପରିସ୍ଥିତିରେ ପଡ଼ିଥିଲି କି ଯେଉଁଥିପାଇଁ ଚୋରି କରିବାକୁ ବାଧ୍ୟ ହୋଇଥିଲି। କିନ୍ତୁ ଯେତେବେଳେ ହମୈନୁଏଲାଙ୍କ ଠାରୁ ଫୋନ ଚୋରି କଲି ମୋତେ ଭଲ ଲାଗି ନଥିଲା। ମୁଁ କିଛି ବୁଝି ପାରି ନଥିଲି। ଆଗରୁ ବି ତ ଅନେକ ମହିଳାଙ୍କ ଫୋନ ଚୋରି କରିଛି କିନ୍ତୁ ଉକ୍ତ ମହିଳାଙ୍କ ଠାରୁ ଫୋନ ଚୋରି କରିବା ପରେ ମୋତେ ଏମିତି କାହିଁକି କଷ୍ଟ ହେଉଛି?
ଘରକୁ ଯାଇ ହମୈନୁଏଲାଙ୍କ ଫୋନରେ ତାଙ୍କ ଫଟୋ ଦେଖିବା ପରେ ମନ ଖୁସି ହୋଇଯାଇଥିଲା। ସେହିଦିନ ଠାରୁ ମଁ ହମୈନୁଏଲାଙ୍କ ପ୍ରେମରେ ପଡ଼ିଥିଲି। କିଛିଦିନ ଗଲା ପରେ ହମୈନୁଏଲାଙ୍କୁ ପ୍ରେମ ପ୍ରସ୍ତାବ ଦେଲି। ସେ ମୋ ପ୍ରସ୍ତାବରେ ରାଜି ସିନା ହୋଇଗଲେ କିନ୍ତୁ ମୁଁ ଯେ ତାଙ୍କ ଫୋନ ଚୋର ଏକଥା ସେ ଜାଣି ନଥିଲେ। ଅନେକ ଚେଷ୍ଟାପରେ ମୁଁ ତାଙ୍କୁ ସତ କଥା ଜଣାଇଥିଲି। ସେତେବେଳକୁ ସେ ମୋତେ ଚିହ୍ନି ସାରିଥିଲେ। ତେଣୁ ମୋ ଦୋଷକୁ କ୍ଷମା କରି ମୋର ପ୍ରେମିକା ସାଜିଥିଲେ ହମୈନୁଏଲା।’