ନୂଆଦିଲ୍ଲୀ: ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଅଚେତ ହୋଇ ତଳକୁ ଖସିପଡ଼ିଲେ ମହିଳା। ରେଳଧାରଣାରେ ଟ୍ରେନଟି ଦ୍ରୁତ ଗତିରେ ଆଗକୁ ଯାଉଥିବା ବେଳେ ଏହି ସମୟରେ ଧାରଣାରେ ଛିଡ଼ା ହୋଇଥିବା ମହିଳା ଅଚେତ ହୋଇଯାଇଥିଲେ। କେହି ଧରିବା ପୂର୍ବରୁ ସେ ରେଳଧାରଣା ତଳକୁ ଖସି ଯାଇଥିଲେ। ହେଲେ ଚଳନ୍ତା ଟ୍ରେନ ଯାଉଥିବା ବେଳେ ଧାରଣାକୁ ଖସି ବି ମହିଳାଜଣକ ବଞ୍ଚିଯାଇଥିବା ଜଣାପଡ଼ିଛି। ଆର୍ଜେଣ୍ଟିନାରେ ଜଣେ ମହିଳାଙ୍କ ସହ ଏଭଳି ଘଟଣା ଘଟିଛି।
ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ବୁଏନୋସ୍ ଆୟର୍ସରେ ଥିବା ଇଣ୍ଡିପେଣ୍ଡଣ୍ଟ ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ମହିଳାଙ୍କ ସହ ଏଭଳି ଘଟିଥିଲା। ପରେ ଷ୍ଟେସନରେ ଥିବା ଅନ୍ୟ ଯାତ୍ରୀମାନେ ତାଙ୍କୁ ନିରାପଦରେ ବାହାରକୁ ଆଣିଥିଲେ ବୋଲି ଜଣାପଡ଼ିଛି। ଷ୍ଟେସନରେ ଲାଗିଥିବା ସିସିଟିଭିରେ ଏହି ଘଟଣାଟି କଏଦ ହୋଇଥିବା ବେଳେ ଏବେ ଏହା ଭାଇରାଲ ହେବାରେ ଲାଗିଛି।
So this happened recently in #BuenosAires#Argentina
This woman apparently fainted and she fell under on an oncoming train, BUT SHE SURVIVED! She's now out of the hospital 🙏 pic.twitter.com/EQA2V4foh9
— Diamond Lou®™ 🔞 (@DiamondLouX) April 19, 2022
ଭିଡିଓରେ ଦେଖାଯାଇଛି ଯେ, ରେଳଧାରଣା ଦେଇ ଟ୍ରେନ୍ ଯାଉଥିବା ବେଳେ ଛିଡା ହୋଇଥିବା ମହିଳାଜଣକ ହଠାତ ଅଚେତ ହୋଇ ତଳେ ପଡ଼ିଯାଉଛନ୍ତି। ପାଖରେ ଥିବା ଅନ୍ୟ ଯାତ୍ରୀ ତାଙ୍କୁ ଧରିବା ପୂର୍ବରୁ ସେ ରେଳଧାରଣାକୁ ଖସିପଡ଼ୁଛନ୍ତି। ଏହା ଦେଖି ଟ୍ରେନକୁ ଅଟକାଇ ଷ୍ଟେସନରେ ଥିବା ସୁରକ୍ଷାକର୍ମୀ ଏବଂ ଯାତ୍ରୀମାନେ ମିଶି ମହିଳାଙ୍କୁ ଉଦ୍ଧାର କରୁଛନ୍ତି। ଘଟଣା ପରେ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ରକ୍ତଚାପ ହଠାତ୍ କମ ହୋଇଯିବାରୁ ସେ ଅଚେତ ହୋଇଯାଇଥିବା କହିଛନ୍ତି ଡାକ୍ତର। ଏବେ ତାଙ୍କର ଚିକିତ୍ସା କରାଯାଉଥିବା ବେଳେ ସେ ସୁସ୍ଥ ହେଉଥିବା ଜଣାପଡ଼ିଛି।