ନୂଆଦିଲ୍ଲୀ: କିଛି ଲୋକଙ୍କୁ ସକାଳୁ ସକାଳୁ ଶୌଚାଳୟ ଯାଇ ଆସିବାରେ ସମୟ ଲାଗିଥାଏ । ଯାହା ପାଇଁ ଘରର ଅନ୍ୟ ସଦସ୍ୟମାନେ ଚାହିଁ ବି ଶୌଚାଳୟ ବ୍ୟବହାର କରି ପାରନ୍ତି ନାହିଁ । ଘରେ ଗୋଟେ ଶୌଚାଳୟ ଥିବା ହେତୁ ଏହି ସମସ୍ୟା ଅଧିକ ଦେଖା ଯାଇଥାଏ । ଜଣେ ମହିଳାଙ୍କ ଘରେ ମଧ୍ୟ ସେଭଳି ସମସ୍ୟା ରହିଥିଲା । ତାଙ୍କ ସ୍ୱାମୀ ଏବଂ ପିଲାମାନେ ଶୌଚ ହୋଇ ବାହାରକୁ ଆସିବାରେ ଅଧିକ ସମୟ ନେଉଥିବାରୁ ସେ ଚିନ୍ତିତ ହୋଇ ପଡ଼ିଥିଲେ । ସବୁ ବେଳେ ସକାଳୁ ଶୌଚ ହେବା ପାଇଁ ବାହାରିବା ବେଳକୁ ଶୌଚାଳୟ ଭିତରେ କିଏ ନା କିଏ ରହୁଥିବା ଦେଖି ସେ ବିରକ୍ତ ହୋଇ ଯାଇଥିଲେ । ବାରମ୍ବାର ଏଭଳି ସମସ୍ୟା ହେଉଥିବାରୁ ସେ ଏହାର ସମାଧାନର ବାଟ ବାହାର କରି ଥିଲେ । ଯାହାକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ସେୟାର କରିଥିଲେ । ସକାଳୁ ହେଉଥିବା ଏହି ସମସ୍ୟାର ସମାଧାନ ପାଇଁ ସେ ସମୟ ସୀମା ଧାର୍ଯ୍ୟ କରିଥିବା ଲେଖିଥିଲେ ।
/sambad/media/post_attachments/wp-content/uploads/2019/01/toilet_1548575836-300x225.jpg)
ନିଜ ପୋଷ୍ଟରେ, ମୁଁ ସମସ୍ତଙ୍କ ପାଇଁ ଶୌଚଳୟ ଯାଇ ବାହାରକୁ ଆସିବାର ସମୟ ୫ମିନିଟ୍ ସମୟ ରଖିବା କଥା ଭାବୁଛି । ଏହା ସହ ଶୌଚାଳୟକୁ ଇଲେକ୍ଟ୍ରୋଫାଏଡ୍ କରିବାକୁ ମଧ୍ୟ ଚିନ୍ତା କରୁଛି । ଯଦି କେହି ୫ମିନିଟ୍ରୁ ଅଧିକ ସମୟ ଭିତରେ ରୁହେ ତେବେ ତାକୁ କରେଣ୍ଟର ଝଟକା ଲାଗିବ ବୋଲି ମୁମ୍ସନେଟ୍ରେ ଲେଖି ସେ ପୋଷ୍ଟ କରିଥିଲେ । ପୋଷ୍ଟଟି ଭାଇରାଲ ହେବା ପରେ ସମସ୍ତଙ୍କୁ ମହିଳାଙ୍କ ଆଇଡିଆ ମଜାଦାର ଲାଗିବା ସହ ପୋଷ୍ଟକୁ ଲୋକମାନେ ସେୟାର କରିବାରେ ଲାଗିଛନ୍ତି ।