ପୋଷା କୁକୁରକୁ ମହିଳା ଖୁଆଉଛନ୍ତି ଗୁପ୍‌ଚୁପ୍‌; ଭିଡିଓ ହେଲା ଭାଇରାଲ୍‌

ନୂଆ‌ଦିଲ୍ଳୀ: ସୋସିଆଲ୍‌ ମିଡିଆରେ ଆପଣ ବିଭିନ୍ନ ପ୍ରକାରର ଭିଡିଓ ଦେଖୁଥିବେ। ଭିନ୍ନ ଭିନ୍ନ ବୃତ୍ତିର ବ୍ୟକ୍ତି ନିଜର ପାଳିତ ଜୀବଙ୍କ ଉପରେ ନିଜର ସ୍ନେହ ଓଜାଡୁଥିବା ବି ଆପଣ ଦେଖିଥିବେ। ସେ ମଧ୍ୟରୁ କିଛି ଭିଡିଓ ଆପଣଙ୍କୁ ଖୁବ୍‌ ପସନ୍ଦ ଆସିଥବ ତ ପୁଣି କିଛି ଭିଡିଓ ବିରକ୍ତ ଲାଗିଥିବ। ସୋସିଆଲ୍‌ ମିଡିଆରେ ନିକଟରେ ବି ସେହିଭଳି ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓକୁ ଦେଖିବା ପରେ କେହି କେହି ପ୍ରଶଂସା କରିଥିବା ବେଳେ ପୁଣି କେହି ନିଜର କ୍ଷୋଭ ପ୍ରକାଶ କରିଛନ୍ତି।

ଭିଡିଓ‌ରେ ଦେଖିବାକୁ ମିଳିଛି ଜଣେ ମହିଳା ନିଜ କୁକୁରକୁ ଠେଲା ପାଖରେ ଧରି ଗୁପ୍‌ଚୁପ୍‌ ଖୁଆଉଛନ୍ତି। ସେ ଗୁପ୍‌ଚୁପ୍‌ ବାଲାଙ୍କୁ ହାତ ବଢ଼ାଇ ଗୋଟାଏ ପରେ ଗୋଟାଏ ଗୁପ୍‌ଚୁପ୍‌ ଆଣୁଛନ୍ତି ଓ ତାହାକୁ ନିଜ କୁକୁରକୁ ଖୁଆଉଛନ୍ତି। କୁକୁରଟି ବି ଖୁବ୍ ଖୁସି‌ରେ ମହିଳାଙ୍କ ହାତରୁ ତାହାକୁ ଖାଇଯାଉଛି।

 

 

View this post on Instagram

 

A post shared by Dheeraj Chabbra (@dheerajchabbra)

ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି ଇନ୍‌ଷ୍ଟା ବ୍ୟବହାରକାରୀ ଧୀରଜ ଛାବ୍ରା। ସେ ଭିଡିଓଟିକୁ ସେୟାର କରିବା ପରେ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀଙ୍କ ମଧ୍ୟରେ ଏହାକୁ ଦେଖିବାକୁ ଆଗ୍ରହ ଦେଖାଦେଇଛି।

ମହିଳା ଜଣକ କୁକୁରଟିକୁ ଗୁପ୍‌ଚୁପ୍‌ ଖୁଆଉଥିବା କଥା ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କୁ ପସନ୍ଦ ଆସିନାହିଁ। ଏପରି ସତ୍ୟାନ୍ୟାଶ କରନାହିଁ ବୋଲି ଲେଖି ଜଣେ ବ୍ୟବହାରକାରୀ ଏହି ପୋଷ୍ଟ୍‌ରେ କମେଣ୍ଟ୍‌ ଦେଇଛନ୍ତି। ଅନେକ ବ୍ୟବହାରକାରୀ କୁକୁରଟିର ସ୍ବାସ୍ଥ୍ୟକୁ ନେଇ ନିଜର ଚିନ୍ତା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର