ପେଟରେ ବଢୁଛନ୍ତି ୪ଟି ପିଲା; ୨ ଜଣ ପୁଅ, ଓ ୨ ଜଣ ଝିଅଙ୍କୁ ଏକାସାଥୀରେ ଜନ୍ମ ଦେବାକୁ ଯାଉଛନ୍ତି ମହିଳା

ନୂଆଦିଲ୍ଳୀ: ଗୋଟାଏ କିମ୍ବା ଦୁଇଟି ପିଲା ଏକାସାଥୀରେ ଜନ୍ମ ଦେବା ଏକ ସାଧାରଣ କଥା ହୋଇଥାଏ। ମାତ୍ର ଏକାଥରରେ ୪ଟି ପିଲା ଜନ୍ମ କରିବାର କାହାକୁ କେବେ ଦେଖିଛନ୍ତି? ଅବଶ୍ୟ ଏହା ବି କୌଣସି ବିଶେଷ ଅସାଧ‌ାରଣ କଥା ନୁହେଁ, ପୂର୍ବରୁ ବି ଏଭଳି ଅନେକ ମହିଳାଙ୍କୁ ଦେଖିବାକୁ ମିଳିଛି ‌ଯେଉଁମାନେ କି ଏକା ସହ ୨ରୁ ଅଧିକ ପିଲାଙ୍କୁ ଜନ୍ମ ଦେଇଛନ୍ତି।

ନିକଟରେ ଜଣେ ମହିଳା ଗର୍ଭବତୀ ହେବା ପରେ ସେ ନିଜର ଚେକ୍‌ଅପ୍‌ ପାଇଁ ଡାକ୍ତରଙ୍କ ପାଖକୁ ଗଲେ। ମାତ୍ର ଡାକ୍ତର ଯାହା କହିଲେ ତାହା ଶୁଣି ମହିଳା ଜଣକ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। ମହିିଳାଙ୍କ କହିବା କଥା ହେଲା ଡାକ୍ତର ଯେତେବେଳେ ତ‌ାଙ୍କ ପେଟରେ ୪ଟି ପିଲା ଅଛନ୍ତି ବୋଲି କହିଲେ ତାଙ୍କୁ ଲାଗିଲା ସେ ବେହୋସ ହୋଇଯିବେ।

 

ଆମେରିକାରେ ରହୁଥିବା ଏହି ୩୫ ବର୍ଷୀୟା ମହିଳାଙ୍କ ନାମ୍‌ ଏସ୍‌ଲା ନେସ୍‌। ଚଳିତବର୍ଷ ଫେବ୍ରୁଆରିରେ ଏସ୍‌ଲେ ଗର୍ଭବତୀ ଅଛନ୍ତି ବୋଲି ପ୍ରେଗ୍‌ନେନ୍ସି କିଟ୍‌ରେ ଚେକ୍‌ କରି ଜାଣିବା ପରେ ତାଙ୍କର ୪୭ ବର୍ଷୀୟ ପ୍ରେମିକଙ୍କ ସହ ଡାକ୍ତରଙ୍କ ପାଖକୁ ଗଲେ। ତାକ୍ତର ତାଙ୍କ ପରୀକ୍ଷା କରି ତାଙ୍କ ପେଟରେ ୪ଟି ସନ୍ତାନ ଥିବା ସୂଚନା ଦେଇଥିଲେ।

ତେବେ ଜାଣିବାକୁ ମିଳିଛି ଯେ ଏସ୍‌ଲାଙ୍କ ପେଟରେ ୨ଟି ଝିଅ ଓ ୨ଟି ପୁଅ ବଢୁଛନ୍ତି। ତେବେ ଏସ୍‌ଲାଙ୍କ ଅଟ୍ରାସାଉଣ୍ଡ୍‌ କରୁଥିବା ନର୍ସ ଜଣକ ବି ତାଙ୍କ ପେଟରେ ୪ଟି ପିଲା ଥିବା ଦେଖି ଚମକି ପଡ଼ିଥିଲେ।

 

ସମ୍ବନ୍ଧିତ ଖବର