ପ୍ରସବର କିଛି ସମୟ ପୂର୍ବରୁ ଏହି ମହିଳା ହସ୍‌ପିଟାଲରେ ପରୀକ୍ଷା ଦେଇ ଜନ୍ମ ଦେଲେ ପୁତ୍ର ସନ୍ତାନ

ନୂଆଦିଲ୍ଲୀ: ପରୀକ୍ଷା ଦେବାର ସମୟ କିଭଳି ଥାଏ ତାହା ସମସ୍ତଙ୍କୁ ଜଣା । ତେବେ ସମ୍ପ୍ରତି ଜଣେ ମହିଳାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ମହିଳାଙ୍କ ନାମ ନାଇଜିଆ ଥମାସ୍‌ । ନାଇଜିଆଙ୍କ ପ୍ରସବ ସମୟ ହୋଇଯାଇଥାଏ। ତେଣୁ ସେ ହସ୍‌ପିଟାଲରେ ଏଥିପାଇଁ ଭର୍ତ୍ତି ହୋଇଥାଆନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ଡାକ୍ତର ଯେଉଁଦିନ ତାଙ୍କର ପ୍ରସବ ସମୟ ଦେଇଥିଲେ ସେହିଦନ ହିଁ ତାଙ୍କର ଏକ ପରୀକ୍ଷା ଥିଲା।

ନାଇଜିଆ ନିଷ୍ଠାର ସହ ପାଠ ପଢ଼ିଥିବାରୁ ଏହି ପରୀକ୍ଷାକୁ ସେ ହାତ ଛଡ଼ା କରିବାକୁ ଚାହିଁ ନଥିଲେ। ତେଣୁ ପ୍ରସବ ପାଇଁ କିଛି ସମୟ ବାକିଥିବା ବେଳେ ସେ ହସ୍‌ପିଟାଲ ବେଡ୍‌ରେ ବସି ପରୀକ୍ଷା ଦେଇଥିଲେ। ଏହି ସମୟର ଫଟୋକୁ ନାଇଜିଆଙ୍କ ମା’ ଡିସେମ୍ବର ୧୧ ତାରିଖ ଦିନ ଉଠାଇଥିଲେ। ହସ୍‌ପିଟାଲର ବେଡ୍‌ରେ ବସି ଏକ ଲ୍ୟାପ୍‌ଟପ୍‌ ଜରିଆରେ ମନଧ୍ୟାନ ଦେଇ ପରୀକ୍ଷା ଦେଉଥିବାର ଦେଖିବାକୁ ମିଳିଛି। ପରୀକ୍ଷା ଦେଇ ସାରିବା ପରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଯାହାର ନାମ ରଖିଥିଲେ ‘ଏନ୍‌ଥାନି ଜନ୍‌ସନ୍‌’। ପରୀକ୍ଷା ତାଙ୍କର ଭଲ ନମ୍ବର ବି ରହିଛି।

ପ୍ରକାଶିତ ଖବର ମୁତାବକ, ନାଇଜିଆ ଆମେରିକାର କନସାସା ସହରର ଜାନସନ୍‌ କାଉଣ୍ଟି କମ୍ୟୁନିଟି କଲେଜରେ ସାଇକୋଲୋଜି ପଢ଼ୁଥିଲେ। ୯ମାସର ଅନ୍ତସତ୍ତ୍ୱା ଥିବା ସମୟରେ ବି ସେ କଲେଜରେ ପାଠପଢ଼ା ଜାରି ରଖିଥିଲେ। ତାଙ୍କର ଏହି ପ୍ରେରଣାଦାୟକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଏଯାବତ୍‌ ଏହି ଫଟୋକୁ ୧.୩ଲକ୍ଷ ଲାଇକ୍‌ ଓ ୨୭ହଜାର ରି-ଟୁଇଟ୍‌ ମିଳି ସାରିଲାଣି।

ସମ୍ବନ୍ଧିତ ଖବର