ଓଟ୍ଟାବା: କାନାଡାରେ ଜଣେ ମହିଳା ଚୋରକୁ ଧରିବା ପରେ, ତାକୁ କଫିର ଟ୍ରିଟ୍ ଦେଇଥିଲେ। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ସତ। କାନାଡାରେ ବସବାସ କରୁଥିବା ଟେସ୍ ଅବାଘାଉସି ଅଫିସ୍ ଯାଉଥିବା ସମୟରେ ତାଙ୍କ ସହ ଏକ ଅଦ୍ଭୁଦ ଘଟଣା ଘଟିଥିଲା
ଟେସ୍ ମାଧ୍ୟାହ୍ନ ଭୋଜନ ପାଇଁ ଅଫିସ ବାହାରକୁ ଆସିଥିଲେ। ଏହି ସମୟରେ କେହି ଜଣେ ଚୋରକୁ ଧର ଚୋରକୁ ଧର, ସେ ମୋ ପର୍ସ ନେଇ ଚାଲି ଯାଉଛି ବୋଲି ଚିତ୍କାର କରୁଥିବାର ଟେସ ଶୁଣିବାକୁ ପାଇଥିଲେ। ଟେସ୍ ତୁରନ୍ତ ଚୋରରୁ ପିଛା କରି କାବୁ କରି ନେଇଥିଲେ।
/sambad/media/post_attachments/wp-content/uploads/2018/02/tess-aboughoushe-300x169.jpg)
ଟେସ୍ ଏହି ଘଟଣା ସମ୍ପର୍କରେ କହନ୍ତି, ସେ ମଧ୍ୟାହ୍ନ ଭୋଜନ ଖାଇ ଅଫିସକୁ ଫେରୁଥିଲି, ଏହି ସମୟରେ ଜଣେ ମହିଳା ଚୋରକୁ ଧର ଚୋରକୁ ଧର, ସେ ମୋ ପର୍ସ ନେଇ ଚାଲିଗଲା ବୋଲି ଚିତ୍କାର କରିଥିଲେ। ସେ ଦୃଶ୍ୟ ସତରେ ଏକ ସିନେମାର ଦୃଶ୍ୟ ଭଳି ଥିଲା। ମୁଁ କିଛି ସମୟ ପାଇଁ କ’ଣ କରିବି କିଛି ଭାବି ପାରି ନଥିଲି। ବାସ୍ ଚୋରର ପିଛା କରିବା ଆରମ୍ଭ କରି ଦେଇଥିଲି। ମୁଁ ସଙ୍ଗେସଙ୍ଗେ ଚୋରକୁ କାବୁ କରି ନେଇ ଥାଆନ୍ତି, କିନ୍ତୁ ତାର ହାତ ପକେଟ ଭିତରେ ଥିଲା। ମୋ ଭୟ ଥିଲା କି କାଳେ ସେ ପକେଟ ଭିତରେ କୌଣସି ମାରଣାଶସ୍ତ୍ର ରଖିଥାଇ ପାରେ ବୋଲି। କିଛି ସମୟ ପରେ ସେ ଚୋରକୁ କାବୁ କରି ନେଇଥିଲି। ଏହାପରେ ସେ କାନ୍ଦିବାକୁ ଲାଗିଲା ଓ ମୋତେ ପର୍ସ ଫେରାଇ ଦେଇଥିଲା। ମୁଁ ଉକ୍ତ ମହିଳାଙ୍କୁ ସେହି ପର୍ସ ଫେରାଇ ଦେଇଥିଲି।
/sambad/media/post_attachments/wp-content/uploads/2018/02/theif_759_ts-300x167.jpg)
ଚୋର କାନ୍ଦି କାନ୍ଦି ମୋତେ କହିଥିଲା ମୋତେ କ୍ଷମା କରି ଦିଅ ମୁଁ ଏହି କାମ ଆଉ କେବେ ହେଲେ କରିବି ନାହିଁ। ଅନ୍ୟମାନେ କ’ଣ ଭାବନ୍ତି ମୁଁ ଜାଣେ ନାହିଁ, କିନ୍ତୁ ମୋର ମତରେ ଯିଏ କ୍ଷମା ମାଗୁଛି ତାକୁ କ୍ଷମା କରି ଦେବା ଉଚିତ। ଯଦି ଆପଣ ଜଣଙ୍କୁ ଭଲ ସ୍ୱଭାବ ଦେଖାଇବେ ସେ ବି ସେଭଳି ସ୍ୱଭାବ ଆପଣଙ୍କୁ ଦେଖାଇବ ବୋଲି ଟେସ୍ କହନ୍ତି।
ଏହର ପରେ ଟେସ୍ ଚୋର ସହିତ ଫଟୋ ଉଠାଇ କଫି ମଧ୍ୟ ପିଇ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/tessaboughoushe-1519186306.jpg)