ନୂଆଦିଲ୍ଳୀ: ପରକୀୟା ପ୍ରୀତି ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ଏକ ସାଧାରଣ କଥା। ପତ୍ନୀ ଥିବା ସତ୍ତ୍ବେ ଅନ୍ୟ ଝିଅଙ୍କୁ ପ୍ରେମ କରିବା ପ୍ରାୟ ଏକ ଫ୍ୟାସନ୍ ପରି। ତାପରେ ବି ବେଳେ ବେଳେ ଏହି ପରକୀୟା ପ୍ରୀତି ସାମ୍ନା ଲୋକଙ୍କ ଭାବପ୍ରବଣତାକୁ କ୍ଷୁର୍ଣ୍ଣ କରିଥାଏ, ଯାହାର ପରିଣତ ଭୟାବହ ହୋଇଥାଏ।
ଆମେ ଆଜି ଏକ ଏପରି ଯୋଡ଼ିଙ୍କ ବିଷୟରେ କହିବୁ ଯିଏକି ପରସ୍ପରଙ୍କୁ ଟିଣ୍ଡର୍ରୁ ଜାଣିଲେ। ପରିଚୟ ହେବା ପରେ ଯୁବତୀ ଜଣକ ତାଙ୍କ ସଂପର୍କକୁ ବେଶ୍ ଗମ୍ଭୀରତାର ସହ ନେଉଥିବା ବେଳେ ଯୁବକ ଜଣକ ବାହାରିଲେ ଜଣେ ପ୍ରତାରକ।
ଦିନେ ଯୁବତୀ ତାଙ୍କ ପ୍ରେମିକଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲେ। ସେଠାରେ ସେମାନେ କିଛି ସ୍ବତନ୍ତ୍ର ମୁହୂର୍ତ୍ତ ବିତାଇବା ପରେ ଯୁବତୀ ଜଣକ ପ୍ରେମିକଙ୍କୁ ତାଙ୍କ ଗାଧୁଆଘର ବ୍ୟବହାର କରିବାକୁ ଅନୁମତି ମାଗିଥିଲେ। ପ୍ରେମିକ ଜଣକ ଟିକେ ହଡ଼ବଡ଼ ହେବା ପରେ ହଁ ଭରିଥିଲେ।
ଯୁବତୀ ଜଣକ ଗାଧୁଆଘରକୁ ଗଲା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଗାଧୁଆଘରେ ୨ଟି ଟୁଥ୍ ବ୍ରସ୍ ଥିବା ବେଳେ ଅନେକ ମହିଳା ବ୍ୟବହୃତ ସାମଗ୍ରୀ ରହିଥିଲା। ମହିଳା ବ୍ୟବହାର କରୁଥିବା କେଶ ସଜା ସାମଗ୍ରୀ ବି ଦେଖିଥିଲେ ପ୍ରେମିକା ଜଣକ।
ଏସବୁ ଦେଖିବା ପରେ ସେ ଗାଧୁଆଘରୁ ବାହାରକୁ ଆସି ତାଙ୍କ ପ୍ରେମିକଙ୍କୁ ପଚାରିବାରୁ ଜଣାପଡ଼ିଲା ଯେ ପ୍ରେମିକ ଜଣକ ପୂର୍ବରୁ ହିଁ ବିବାହିତ। ଯୁବତୀ ଜଣକ ଏହି କଥାରେ ଭୀଷଣ ଜୋର୍ରେ ରାଗି ଯାଇ ପ୍ରେମିକଙ୍କ ପତ୍ନୀଙ୍କ ଆଗରେ ସବୁ କଥା ଖୋଲି କରି କହିଦେଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Girlfriend-Saw-Her-Boyfriend-Bathroom_Thumbnail.jpg)