ଦେବାସ: ମଧ୍ୟପ୍ରଦେଶର ଦେବାସ ଜିଲ୍ଲାର ବାଗଲିର ବୋରି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ହସ୍ଖୁସିରେ ଖେଳୁଥିବା ପରିବାରରେ ଶୋକରଛାୟା ଖେଳି ଯାଇଛି। ଜଣେ ମହିଳା ଅନ୍ତସତ୍ତ୍ୱା ଥିବା ବେଳେ ତାଙ୍କୁ ସର୍ପ ଦଂଶନ କରିଥିଲା। ଏହି ଅନ୍ତସତ୍ତ୍ୱା ମହିଳାଙ୍କ ପ୍ରସବ ପରେ ମୃତ୍ୟୁ ହୋଇଥିବା ବେଳେ ନବଜାତ ଶିଶୁକୁ ଡାକ୍ତର ବଞ୍ଚାଇ ଦେଇଛନ୍ତି। ।
ସୂଚନାଯୋଗ୍ୟ, ଆଦିବାସୀ ଗ୍ରାମ ବୋରିରେ ବାଇସବାଇ ନାମକ ଜଣେ ମହିଳା ବସବାସ କରନ୍ତି। ସେ ଇତିମଧ୍ୟରେ ଅନ୍ତସତ୍ତ୍ୱା ଥିଲେ। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ଏକ ସର୍ପ ଦଂଶନ କରିଥିଲା। ସ୍ୱାମୀ ଓ ତାଙ୍କ ପରିବାରବର୍ଗ ତୁରନ୍ତ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେ ଏଠାରେ ୮ଘଟିକା ସମୟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଶିଶୁକୁ ଜନ୍ମ ଦେବାର କିଛି ସମୟ ପରେ ମା’ ସବୁଦିନ ପାଇଁ ଆଖିବୁଜି ଦେଇଥିଲେ। ଡାକ୍ତରଙ୍କ କହିବାନୁସାରେ, ନବଜାତ ଶିଶୁ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି।
ମହିଳାଙ୍କ ପ୍ରସବ କରାଇଥିବା ଡାକ୍ତରଙ୍କ କହିବାନୁସାରେ, ମହିଳାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା। ଏହି ବିଷ ଏଥିପାଇଁ ଶିଶୁ ନିକଟରେ ପହଞ୍ଚି ପାରି ନଥିଲା କାରଣ ମା’ ପେଟ ଭିତରେ ଶିଶୁ ଥିବା ବେଳେ ଦୁହିଁଙ୍କ ମଧ୍ୟରେ ଏକ ପାଚେରୀ ଭଳି କୋଷ ରହିଥାଏ। ଏଥିପାଇଁ ମହିଳାଙ୍କ ଶରୀରରେ ମାଡି ଯାଇଥିବା ବିଷ ଶିଶୁ ନିକଟରେ ପହଞ୍ଚି ପାରି ନ ଥିଲା।