୨୨ଜଣ ଶିଶୁଙ୍କ ମା’ ହୋଇଥିବା ମହିଳାଙ୍କ ଲକ୍ଷ୍ୟ ୧୦୫ଶିଶୁକୁ ଜନ୍ମ ଦେବା !

ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏକ ବର୍ଷ ମଧ୍ୟରେ ୨୨ ଟି ସନ୍ତାନ ଜନ୍ମ ଦେଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ମହିଳା ୧୦୫ ଟି ସନ୍ତାନର ମା’ ହେବାକୁ ଇଚ୍ଛା ରଖିଛନ୍ତି। ଏହି ମହିଳାଙ୍କ ନାମ ହେଉଛି କ୍ରିଷ୍ଟିନା ଓଜତୁର୍କ। ଯାହାଙ୍କ ବୟସ ମାତ୍ର ୨୪ ବର୍ଷ । କ୍ରିଷ୍ଟିନା ଋଷିଆର ରାଜଧାନୀ ମାସ୍କୋରେ ବସବାସ କରନ୍ତି।

କ୍ରିଷ୍ଟିନା ଏକ ବର୍ଷ ମଧ୍ୟରେ ସରୋଗେସି ସାହାଯ୍ୟରେ ୨୨ଟି ସନ୍ତାନ ଜନ୍ମ ଦେଇଛନ୍ତି । ତାଙ୍କ ଇନଷ୍ଟାଗ୍ରାମ ବାୟୋ ଦେଖିବା ପରେ ଜଣାପଡେ ଯେ ସେ ସରୋଗେସି ମାଧ୍ୟମରେ ୧୦୫ଜଣ ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଛନ୍ତି। ନିଜ ପିଲାମାନଙ୍କର ଯତ୍ନ ନେବା ପାଇଁ ମହିଳା ଜଣକ ତାଙ୍କ ଘରେ ୧୬ଜଣ ସହାୟିକା ରଖିଛନ୍ତି । ସେମାନଙ୍କର ଏକ ବର୍ଷର ଖର୍ଚ୍ଚ ପ୍ରାୟ ୬୮ ଲକ୍ଷ ଟଙ୍କା ପାଖାପାଖି ରହିଥିବା ଜଣାପଡ଼ିଛି।

କ୍ରିଷ୍ଟିନାଙ୍କ ସ୍ୱାମୀ ଗାଲିପ ଔଜତୁର୍କ ଋଷର ଜଣେ ହୋଟେଲ ବ୍ୟବସାୟୀ । ଉଭୟଙ୍କର ପ୍ରଥମ ସନ୍ତାନ ୨୦୨୦ ମାର୍ଚ୍ଚ ୧୦ରେ ଜନ୍ମ ହୋଇଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, କ୍ରିଷ୍ଟିନା ୨୦୨୦ ମାର୍ଚ୍ଚ ଠାରୁ ସରୋଗେସି ପାଇଁ ପ୍ରାୟ ୧ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କ୍ରିଷ୍ଟିନା ଗୋଟିଏ ସପ୍ତାହରେ ପ୍ରାୟ ୪ ଲକ୍ଷ ଟଙ୍କା କେବଳ ଡାଏପର ଏବଂ ତାଙ୍କ ପିଲାମାନଙ୍କର ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଖର୍ଚ୍ଚ କରିଥାଆନ୍ତି।

ସମ୍ବନ୍ଧିତ ଖବର