ନୂଆଦିଲ୍ଲୀ: ଜଣେ ମହିଳା ଯେତେବେଳେ ସନ୍ତାନ ପ୍ରସବ କରିଥାଏ, ମନରେ ତାର ଖୁସି ଭରି ଯାଇଥାଏ। ନିଜ ନବଜାତକୁ ନେଇ ସେ ମନରେ ବିଭିନ୍ନ ପ୍ରକାର ଆଶା ବାନ୍ଧିଥାଏ। ନିକଟରେ ଜଣେ ମହିଳାଙ୍କ ପ୍ରସବ ହୋଇଥିଲା। ଏହି ପ୍ରସବ ସମୟରେ ସେ ଯେଉଁଭଳି ସ୍ଥାନକୁ ଜନ୍ମ ଦେଇଥିଲେ ତାହାକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଡାକ୍ତର, ନର୍ସ ଓ ପ୍ରସୂତିଙ୍କ ପରିବାରଲୋକେ ସ୍ତବ୍ଧ ହୋଇଯାଇଥିଲେ। ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥିଲା ଇଏ କ’ଣ ହେଲା। ଏହା ମଣିଷ ଛୁଆ ତ? ଏମିତି ଛୁଆ କ’ଣ ବାସ୍ତବରେ ଜନ୍ମ ନେଇ ପାରନ୍ତି?

Advertisment

ଏହି ଅଦ୍ଭୁତ ଶିଶୁକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ ହୋଇଛି। ଯେଉଁଥିରେ ଶିଶୁ ଜଣକ ଅବିକଳ ଏଲିଅନ ଭଳି ଦେଖା ଯାଉଛି। ତାର ଚେହେରା ଓ ସମ୍ପୂର୍ଣ୍ଣ ଶରୀର ଧଳାରଙ୍ଗର ଥିବା ଦେଖିବାକୁ ମିଳୁଛି। ଏଥିସହିତ ଶରୀର ସାରା ଫଟାଫଟା ଚିହ୍ନ ବି ରହିଛି। ଆଖି ଓ ମୁହଁ ଲାଲ ଦେଖାଯାଉଛି। ଶିଶୁ ଜଣକ ନିଜ ମୁହଁକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ପାରୁନାହିଁ କି ଆଖି ବି ଖୋଲି ପାରୁ ନାହିଁ।

ଡାକ୍ତରମାନେ ଶିଶୁର ଏଭଳି ଅବସ୍ଥା ଦେଖି ଶିଶୁ ଜଣକ Harlequin ichthyosis ନାମକ ରୋଗରେଗ୍ରସ୍ତ ଥିବା କହିଛନ୍ତି। ଏହା ଏକ ଆନୁବଂଶିକ ରୋଗ ବୋଲି କୁହାଯାଉଛି। ଯାହାର କୌଣସି ଚିକିତ୍ସା ପଦ୍ଧତି ଏଯାବତ ବାହାରି ନାହିଁ।

ଏପଟେ ନିଜର ଜନ୍ମକଲା ଶିଶୁକୁ ଏଭଳି ଭାବେ ଜନ୍ମ ନେଇଥିବା ଦେଖି ମା’ ଭୟଭୀତ ହୋଇ ଛାତି ଫଟେଇ କାନ୍ଦୁଛି। ଭଗବାନଙ୍କୁ ଡାକି କହୁଛି, ‘ହେ ଭଗବାନ ମୁଁ କି ଦୋଷ କରିଥିଲି, ମୋ ନବଜାତକୁ ଏମିତି କାହିଁକି ଗଢ଼ିଲ।’

ପ୍ରସବ ପରେ ଦୁର୍ବଳ ହୋଇପଡ଼ିଥିବାରୁ ମା’ ଏହି ଘଟଣା ବିଷୟରେ ଭାବିଭାବି ଅଚେତ ହୋଇପଡ଼ୁଛନ୍ତି। ପରିବାରଲୋକେ ତାଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ସେ କାହାରି କିଛି କଥା ଶୁଣୁ ନାହାନ୍ତି। ଅନବରତ କାନ୍ଦି ଚାଲିଛନ୍ତି। ନା ଠିକ ଭାବେ ଖାଉଛନ୍ତି, ନା ଔଷଧ ସେବନ କରୁଛନ୍ତି। ଗୁମ ହୋଇ ବିଛଣାରେ ପଡ଼ି ରହିଛନ୍ତି।