୩୦ ହଜାର ଫୁଟ ଉଚ୍ଚରେ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ମହିଳା

ନୂଆଦିଲ୍ଲୀ: ଜଣେ ମହିଳା ୩୦,୦୦୦ଫୁଟ ଉଚ୍ଚରେ ବିମାନରେ ଶିଶୁକୁ ଜନ୍ମ ଦେଇଛନ୍ତି। ଡେଲିଭରି ସମୟ ପୂର୍ବରୁ ମହିଳା ବିମାନରେ ଯାତ୍ରା କରିବା ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ଏହାପରେ ସଙ୍ଗେସଙ୍ଗେ କ୍ୟାବିନ କ୍ରୁର ଚିକିତ୍ସ୍ୟକ ଭାବେ ପ୍ରଶିକ୍ଷିତ ସଦସ୍ୟ ମହିଳାଙ୍କ ନିକଟକୁ ଆସି ସୁରକ୍ଷିତ ଭାବେ ପ୍ରସବ କରିଥିଲେ।

ଏହି ଘଟଣା Transatlantic ବିମାନରେ ଘଟିଛି। ଏହି ବିମାନଟି ଆଫ୍ରିକା ଦେଶ ଗାନାରୁ ଆମେରିକାର ୱାସିଂଟନ ଡି.ସି ଯାଉଥିଲା। ପ୍ରକାଶିତ ରିପୋର୍ଟ ମୁତାବକ, ଯେତେବେଳେ ବିମାନ ୩୦ହଜାର ଉଚ୍ଚରେ ଯାଉଥିଲା ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ମହିଳାଙ୍କ ଏଭଳି ଯନ୍ତ୍ରଣା ଦେଖି କ୍ୟାବିନ କ୍ରିୟୁ ସଦସ୍ୟ ସକ୍ରିୟ ହୋଇଯାଇଥିଲା।

ଏୟାରଲାଇନ୍ସଙ୍କ କହିବାନୁସାରେ, ୩୦ହଜାର ଫୁଟ ଉଚ୍ଚରେ ବିମାନ ଉଡ଼ୁଥିବା ସମୟରେ ମହିଳାଙ୍କ ପ୍ରସବ କରିବା ସହଜ କଥା ନଥିଲା। କାରଣ ବିମାନ କର୍ମଚାରୀଙ୍କ ପାଖରେ ଗର୍ଭନାଡ଼ି କାଟିବା ପାଇଁ ଧାର ଥିବା ଉପକରଣ ଭାବେ ଷ୍ଟ୍ରିଙ୍ଗର ବ୍ୟବହାର କରାଯାଇଥିଲା।

ଧୌର୍ଯ୍ୟହରା ହୋଇଥିଲେ କିଛି ବି ଘଟିବାର ସମ୍ଭାବନା ଥିଲା। ତେଣୁ ସମସ୍ତ କାର୍ଯ୍ୟରୁ ଧୌର୍ଯ୍ୟର ସହ କରାଯାଇଥିଲା। ପ୍ରସବ ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି। ଉଭୟ ମା’ ଓ ଶିଶୁଙ୍କୁ ବେଲୁନ ଓ କାର୍ଡ ଦେଇ ଏୟାରଲାଇନ୍ସ ପକ୍ଷରୁ ଶୁଭେଚ୍ଛା ଜଣାଯାଇଥିଲା। ଏହି ଘଟଣା ଏବେ ଚର୍ଚ୍ଚାରେ ରହିଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ଏମିତି ଘଟଣା ଘଟି ସାରିଛି।

ସମ୍ବନ୍ଧିତ ଖବର