ନୂଆଦିଳ୍ଲୀ: ଗର୍ଭଧାରଣ ଜଣେ ମହିଳା ପାଇଁ ସବୁଠାରୁ ବଡ଼ ଆନନ୍ଦର କଥା। ଏହି ଖବରକୁ ନିଜ ସ୍ବାମୀ ଓ ପରିବାର ସହ ବାଣ୍ଟିବାର ଉତ୍ସୁକତା ପ୍ରତ୍ୟେକ ନାରୀଙ୍କ ଭିତରେ ରହିଥାଏ। ଜଣେ ମହିଳା ତାଙ୍କ ସ୍ୱାମୀ ଏବଂ ୧୦ବର୍ଷର ପୁଅକୁ ନିଜର ଦ୍ବିତୀୟ ଥର ଗର୍ଭଧାରଣର ଖବର ଦେବା ପାଇଁ ସର୍ବୋତ୍ତମ ପନ୍ଥା ଆପଣେଇଥିବା ବେଳେ ସେ ସମୟର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ମହିଳା ଜଣକ ଆଶ୍ଚର୍ଯ୍ୟ କରିବା ପାଇଁ ସ୍ୱାମୀ ଏବଂ ପୁଅକୁ ଗୋଟାଏ ସ୍ଥାନରେ ବସାଇଥିଲ। ସେମାନଙ୍କ ସାମ୍ନାରେ ମହିଳା ଏକ ବାକ୍ସ ରଖିଥିଲେ। ଯେଉଁଥିରେ କିଛି ଖେଳନା ଓ ପରୀକ୍ଷା ହୋଇ ସାରିଥିବା ପ୍ରେଗ୍ନେସି କିଟ୍ ଦେଖିବାକୁ ମିଳିଥିଲା।
View this post on Instagram
ସ୍ୱାମୀ ଏହାକୁ ଦେଖିବା ମାତ୍ରେ ଖୁସିରେ ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗିଲେ। ପୁଅଟି କିନ୍ତୁ ସାନ ଥିବାରୁ ହଠାତ୍ ବୁଝି ପାରିନଥିଲା। ଯେତେବେଳେ ତା’ର ବାପା ସେ ବିଷୟରେ ତାକୁ ବୁଝାଇଦେଲେ ତ ସେ ବି ଖୁସି ହୋଇଗଲା। ୧୦ ବର୍ଷର ଚେଷ୍ଟା ପରେ ମହିଳା ପୁନର୍ବାର ଗର୍ଭବତୀ ହୋଇଛନ୍ତି। ବାକ୍ସରେ ଏକ ଛୋଟ ନୋଟ୍ ମଧ୍ୟ ରହିଥିଲା।
ମହିଳାଙ୍କ ସ୍ବାମୀ ଯେତେବେଳେ ତାଙ୍କ ପୁଅକୁ ମମି ଗର୍ଭବତୀ ବୋଲି କହିଥିଲେ ତ କୁନି ପିଲା ଜଣକ ଖୁସି ହୋଇ ନିଜ ମାଆଙ୍କୁ ପଚାରିବାକୁ ଲାଗିଲେ। ତାପରେ ସେ ବାପାଙ୍କୁ କାନ୍ଦିବାକୁ ବାରଣ ବି କଲେ।