ମହିଳାଙ୍କ ଶରୀରରେ ଚିହ୍ନଟ ହୋଇଥିଲା ୧୨ଟି ଟ୍ୟୁମର, ସେଥିରୁ ୫ଟିରେ ହୋଇଥିଲା କର୍କଟ

ନୂଆଦିଲ୍ଲୀ: ସ୍ପେନର ଜଣେ ମହିଳା ଦୁନିଆର ପ୍ରଥମ ମହିଳା ହୋଇଥିବେ ଯାହାଙ୍କ ଶରୀରରେ ୧୨ଟି ଭିନ୍ନଭିନ୍ନ ପ୍ରକାର ଟ୍ୟୁମର ଚିହ୍ନଟ ହୋଇଥିଲା। ଏଥିମଧ୍ୟରୁ ୫ଟି ଟ୍ୟୁମର କ୍ୟାନସରିୟସ ଥିବା ବେଳେ ୭ଟି ସାମାନ୍ୟ ଥିଲା। ମହିଳା ଜଣକ ବର୍ଷକର ହୋଇଥିବା ବେଳେ ସେ ଏସବୁ ଟ୍ୟୁମର ଶିକାର ହୋଇଥିଲେ ୩୦ବର୍ଷ ଯାଏଁ।

ତେବେ ଏହି ମହିଳାଙ୍କ ସହିତ ଏମିତି କେମିତି ଘଟିଲା ତାହାକୁ ନେଇ ଏକ ଗବେଷଣା କରାଯାଇଥିଲା। ଗବେଷଣାକାରୀ କହିଛନ୍ତି ଯେ, ଏପରି ଦୁର୍ଲଭ ଟ୍ୟୁମର ଅନୁବଂଶିକ ସ୍ଥିତି ହେତୁ ହୋଇଥିଲା। ଏହାପୂର୍ବରୁ ଏମିତି ଘଟଣା କେବେ ଦେଖିବାକୁ ମିଳିନାହିଁ। ଏହି ମହିଳାଙ୍କୁ ଏବେ  ୩୬ବର୍ଷ ବୟସ ହୋଇଛି। ୨୦୧୪ରେ ଅସ୍ତ୍ରୋପଚାର ପରେ ମହିଳାଙ୍କ ପେଟରୁ ଟ୍ୟୁମର ବାହାର କରାଯାଇଥିଲା। ଏହାପରେ ସେ ରୋଗମୁକ୍ତ ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ମହିଳାଙ୍କ ଜନ୍ମ ୧୯୮୬ ମସିହାରେ ହୋଇଥିଲା। ଦୁଇବର୍ଷ ହୋଇଥିବା ସମୟରେ ତାଙ୍କର ପ୍ରଥମ କେମୋଥେରାପି ହୋଇଥିଲା। ଏହାପର ଠାରୁ ପ୍ରତ୍ୟେକ ବର୍ଷ ସେ କିଛି ନା କିଛି ଟ୍ୟୁମରରେ ପୀଡିତ ହୋଇ ଚାଲିଥିଲେ। ତେବେ  ତାଙ୍କ ଶରୀରରେ ଚିହ୍ନଟ ହୋଇଥିବା ଟ୍ୟୁମର ଶରୀରର ବିଭିନ୍ନ ସ୍ଥାନରେ ହୋଇଥିବା ଡାକ୍ତର କହିଥିଲେ। ୧୨ଟି ଟ୍ୟୁମର ମଧ୍ୟରୁ ୫ଟି ଟ୍ୟୁମର ଘାତକ ଥିଲା। ୫ଟି ଟ୍ୟୁମର କ୍ୟାନସରରେ ପରିଣତ ହୋଇଯାଇଥିଲା।

ମହିଳା ନିଜ ଉପରେ ରଖିଥିବା ଆତ୍ମବିଶ୍ବାସ ହେତୁ ଆଜି ସେ ଏତେ ସବୁ ଟ୍ୟୁମରକୁ ହରାଇ ସୁସ୍ଥ ଜୀବନ ଜାପନ କରୁଛନ୍ତି।

 

ସମ୍ବନ୍ଧିତ ଖବର