ନୂଆଦିଲ୍ଳୀ: ବନ୍ଧୁତ୍ବରେ କୌଣସି ବୟସ, ଲିଙ୍ଗ, ଧର୍ମ ଆଦି କିଛି ବି ନଥାଏ। ବନ୍ଧୁତ୍ବ ସବୁବେଳେ ଯେ ଜଣେ ମଣିଷର ଅନ୍ୟ ଜଣେ ମଣିଷ ସହିତ ହିଁ ହୁଏ, ସେପରି ନଥାଏ। ଆପଣଙ୍କର ନିଜ ପୋଷ୍ୟ ପ୍ରାଣୀ ସହ ବି ବନ୍ଧୁତ୍ବ ହୋଇପାରେ। ପୋଷ୍ୟ କାହିଁକି, ବୁଲା ପ୍ରାଣୀ ସହ ବି ଘଟିପାରେ ବନ୍ଧୁତ୍ବ ପରି ଏକ ସୁନ୍ଦର ଅନୁଭବ। ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ଭିଡିଓରେ କିଛି ବୁଲା କୁକୁର ଜଣେ ମହିଳାଙ୍କୁ ଘେରି ଯାଇ ଯେପରି ତାଙ୍କ ସହ ଖେଳିବାରେ ଲାଗିଛନ୍ତି ତାହାକୁ ଦେଖିବା ପରେ ଆପଣ ବନ୍ଧୁତ୍ବ କ’ଣ ନିଶ୍ଚୟ ବୁଝିପାରିବେ।
ଏହି ଭିଡିଓଟିକୁ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ସେୟାର୍ କରିଛନ୍ତି ହର୍ଷ ଗୋଏଙ୍କା। ସେ ତାଙ୍କ ପୋଷ୍ଟ୍ରେ ଲେଖିଛନ୍ତି, ‘ମୁଁ ବନ୍ଧୁତ୍ବ ଦିବସରେ ଅନେକ ଭିିଡିଓ ଦେଖିଲି। ଏହି ଭିଡିଓଟି ଦିଲ୍ଳୀର।
I saw so many videos of #FriendshipDay, this one from @joedelhi takes the cake!
pic.twitter.com/gKwswx7ieC— Harsh Goenka (@hvgoenka) August 7, 2022
ଭିଡିଓରେ ଦେଖିବାକୁ ମିଳିଛି ଜଣେ ମହିଳାଙ୍କୁ ଅନେକ କୁକୁର ସମ୍ବୋଧନ କରୁଥିବାର ଦେଖିବାକୁ ମିଳିଛି। ସେହି କୁକୁର ସବୁ ମହିଳାଙ୍କ ଉପରେ ସେମାନଙ୍କ ସ୍ନେହ ଓଜାଡ଼ି ଦେଉଛନ୍ତି। ଜାଣିବାକୁ ମିଳିଛି ଯେ ମହିଳା ଜଣକ ଉକ୍ତ କୁକୁରମାନଙ୍କୁ ଖାଇବାକୁ ଦେବା ସହ ସେମାନଙ୍କ ଯତ୍ନ ନିଅନ୍ତି। ଯେଉଁଥି କାରଣରୁ ସେହି କୁକୁର ସବୁ ମହିଳାଙ୍କୁ ଦେଖିବା ପରେ ସ୍ନେହ ଓଜାଡ଼ି ଦେଉଛନ୍ତି। ଏହି ଭିଡିଓକକୁ ଦେଖିବା ପରେ ଇଣ୍ଟର୍ନେଟ୍ ବ୍ୟବହାରକାରୀମାନେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/Untitled-25.jpg)