ନୂଆଦିଲ୍ଲୀ: ପ୍ରେମିକ/ପ୍ରେମିକା ନିଜର ସାଥୀଙ୍କୁ କେତେ ଭଲ ପାଆନ୍ତି ତାହାକୁ ଜଣାଇବାକୁ ଯାଇ ସେମାନେ ବିଭିନ୍ନ ଅଦ୍ଭୁତ ପ୍ରକାର ଉପାୟ ସବୁ ଆପଣାଇ ଥାଆନ୍ତି।
ନିକଟରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ସେ କେତେ ଭଲ ପାଆନ୍ତି ତାହା ଜଣାଇ ଦେଇଛନ୍ତି। ଏଥିପାଇଁ ସେ ନିଜ ମସ୍ତକରେ ସ୍ବାମୀଙ୍କ ନାମରେ ଟାଟୁ ଆଙ୍କିଛନ୍ତି। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ପୂର୍ବରୁ ବି ଲୋକେ ତାଙ୍କ ସାଥୀଙ୍କ ନାମର ଟାଟୁକୁ ଆଙ୍କିଥିବା ଘଟଣା ସାମ୍ନାକୁ ଆସିଛି। ସେମାନେ ଟାଟୁକୁ ହାତ, ବେକ ଓ ଛାତିରେ ଆଙ୍କିଥିବା ବେଳେ ଉକ୍ତ ମହିଳା ଜଣକ ତାଙ୍କ ମସ୍ତକରେ ଏଭଳି ଟାଟୁ ଆଙ୍କିଛନ୍ତି। ଏହି ଘଟଣା ପ୍ରଥମ ବୋଲି କୁହାଯାଉଛି।
View this post on Instagram
ଏହି ମହିଳା ଜଣକ ବେଙ୍ଗାଲୁରୁରେ ବସବାସ କରନ୍ତି। ସେ ସ୍ବାମୀଙ୍କ ନାମରେ ମଥାରେ ଆଙ୍କିଥିବା ଟାଟୁର ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଘଟଣାକୁ ନେଇ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।
ଏହି ଭିଡିଓରେ ଜଣେ ମହିଳା ଚୌକିରେ ବସିଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଜଣେ ଟାଟୁ ଆର୍ଟିଷ୍ଟ ମହିଳାଙ୍କ ମଥାରେ ଟାଟୁ ଆଙ୍କୁଛନ୍ତି। ଏହି ଭିଡିଓ ସେୟାର କରି ମହିଳା ଜଣକ କ୍ୟାପସନ ଦେଇଛନ୍ତି, ‘ଟ୍ରୁ ଲଭ’।