ବିରଳ ! କରୋନା ମହାମାରୀ ସମୟରେ ଏକା ସାଙ୍ଗରେ ୪ଟି ଯାଆଁଳା ଶିଶୁକୁ ଜନ୍ମ ଦେଲେ ମହିଳା

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଏମିତି ଅଦ୍ଭୁତ ଘଟଣା ଘଟିଥାଏ, ଯାହାକୁ ନେଇ ସାରା ବିଶ୍ୱ ଚର୍ଚ୍ଚା କରିଥାଏ | ପୂର୍ବରୁ ଜଣେ ପଶୁ ମଣିଷ ଭଳି ମୁହଁ ନେଇ ଜନ୍ମ ହେବା ବା ଜଣେ ମହିଳା ଏକା ସାଙ୍ଗରେ ଏକାଧିକ ନବଜାତକୁ ଜନ୍ମ ଦେବା ଘଟଣା ଆମେ ଦେଖିଛେ ଏବଂ ଶୁଣିଛେ | କିନ୍ତୁ କେବେ ଏକା ସାଙ୍ଗରେ ୪ଟି ଯାଆଁଳା ଶିଶୁ ଜନ୍ମ ହେବା ବିଷୟରେ ଆପଣ ଶୁଣିଥିଲେ କି? ପୂର୍ବରୁ ଦୁଇଟି ଯାଆଁଳା ଶିଶୁ ଜନ୍ମ ହେବାର ଅନେକ ଖବର ସାମ୍ନାକୁ ଆସିଛି, ଯାହା ଅତି ସାଧାରଣ ମଧ୍ୟ | କିନ୍ତୁ ଏହି କରୋନା ମହାମାରୀ ସମୟରେ ଏକା ସାଙ୍ଗରେ ୪ଜଣ ଯାଆଁଳା ଶିଶୁ ଜନ୍ମ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ୧୧ ନିୟୁତରେ ଏଭଳି ଗୋଟେ ବିରଳ ଘଟଣା ଘଟେ ବୋଲି ଡାକ୍ତର କହିଛନ୍ତି |

ଘଟଣାଟି ଘଟିଛି ଆମେରିକାର ଡାଲାସ୍ ସହରରେ | ଡାଲାସ୍ ହସ୍ପିଟାଲରେ ଏହି ୪ଟି ଶିଶୁ ଜନ୍ମ ଜନ୍ମଗ୍ରହଣ କରିଥିବା ବେଳେ ମାର୍ଚ୍ଚ ୧୫ରେ ତାଙ୍କର ଜନ୍ମ ହୋଇଥିଲା | କିନ୍ତୁ ଏବେ ମା ସହ ଶିଶୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ଡାକ୍ତରଖାନା ପକ୍ଷରୁ ଏହି ଖବରକୁ ଲୋକଲୋଚନକୁ ଅଣାଯାଇଛି |

indiatimes

ସୂଚନା ମୁତାବକ, ହଡସନ୍, ହାରିସନ୍, ହେନେରୀ ଏବଂ ହାର୍ଡି ଡାଲାସରେ ଥିବା ଟେକ୍ସାସ୍ ହେଲଥ ପ୍ରେସବାଇଟେରିଆନ୍ ହସ୍ପିଟାଲରେ ଜନ୍ମ ହୋଇଥିଲେ | ଦୁଇ ମାସ ପୂର୍ବେ ଶିଶୁମାନେ ଜନ୍ମ ହୋଇଥିଲେ ମଧ୍ୟ ମା ଏବଂ ଶିଶୁମାନେ ଘରକୁ ଯିବା ପାଇଁ ଯଥେଷ୍ଟ ଫିଟ୍ ହେବା ପରେ ଡାକ୍ତରଖାନା ପକ୍ଷରୁ ନିକଟରେ ଏମାନଙ୍କ ଜନ୍ମ ବିଷୟରେ ଘୋଷଣା କରାଯାଇଥିଲା। ଖାଇବା ପିଇବା ଠିକ ଭାବରେ କରିବା ପରେ ଏବଂ ଯଥେଷ୍ଟ ଓଜନ ବଢିବା ପରେ ସେମାନଙ୍କୁ ମଙ୍ଗଳବାର ଘରକୁ ପଠାଯାଇଥିବା ଜଣା ପଡିଛି |

ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ,ଏଭଳି ଜନ୍ମ ବହୁତ କ୍ୱଚିତ – ୧୧ ନିୟୁତରେ କେବଳ ଗୋଟିଏ | ତେବେ ପିଲାମାନଙ୍କର ପିତାମାତାଙ୍କ ପରିବାରରେ ଏକାଧିକ ଜନ୍ମର ଇତିହାସ ନାହିଁ ବୋଲି ଡାକ୍ତରଖାନା କହିଛି। ଟେକ୍ସାସ୍ ହେଲଥ୍ ହସ୍ପିଟାଲର ଡାକ୍ତର ବ୍ରାଏନ୍ ରେନ୍ହାର୍ଟ ଏକ ବିବୃତ୍ତିରେ କହିଛନ୍ତି ଯେ, “ଏହି ଅବସ୍ଥା ଅତ୍ୟନ୍ତ ବିରଳ | ଏ ପର୍ଯ୍ୟନ୍ତ ଏଭଳି କେବଳ ୭୨ଟି ଘଟଣା ଦସ୍ତାବିଜରେ ଉଲ୍ଲେଖ ରହିଛି | ଜନ୍ମ ସମୟରେ ପ୍ରସବ କକ୍ଷରେ ପ୍ରାୟ ୨୪ଜଣଙ୍କୁ ଶିଶୁ ମାନଙ୍କ ଯତ୍ନ ପାଇଁ ରଖା ଯାଇଥିଲା | ମାତ୍ର ୨୮ ସପ୍ତାହରେ ଶିଶୁମାନଙ୍କର ପ୍ରସବ କରାଯାଇଥିଲା | ଜନ୍ମ ସମୟରେ ସେମାନେ ଦୁର୍ବଳ ଏବଂ ସେମାନଙ୍କ ଓଜନ କମ ଥିବାରୁ ଆମେ ସେମାନଙ୍କୁ ଡାକ୍ତରଖାନାରେ ରଖିଥିଲୁ | ଏବେ ସେମାନେ ସମସ୍ତେ ସୁସ୍ଥ ଏବଂ ବର୍ତ୍ତମାନ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି |

ସମ୍ବନ୍ଧିତ ଖବର