ନୂଆଦିଲ୍ଳୀ: ଗର୍ଭଧାରଣ ସମୟରେ କୌଣସି ମହିଳା ପୁନର୍ବାର ଗର୍ଭବତୀ ହେବା ଆପଣ କେବେ କାହାଠାରୁ ଶୁଣିଛନ୍ତି କି? ଇଂଲଣ୍ଡର ଏକ ସହରରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ମହିଳା ୪ ସପ୍ତାହ ମଧ୍ୟରେ ୨ ଜଣ ପିଲାଙ୍କୁ ଜନ୍ମ ଦେଇ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ଜାଣିବାକୁ ମିଳିଛି ଯେ ମହିଳା ଜଣକ ଗର୍ଭବତୀ ହେବାର କିଛି ହିଁ ଦିନ ମଧ୍ୟରେ ଦ୍ବିତୀୟ ଥର ପାଇଁ ଗର୍ଭବତୀ ହୋଇଥିଲେ।
‘ଦ ସନ୍’ରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ମହିଳା ଜଣକ ତାଙ୍କର ଯାଆଁଳା କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଆମେ ଜାଣନ୍ତି ଯେ ଯାଆଁଳା ପିଲାଙ୍କ ମଧ୍ୟରେ ଜନ୍ମର ବ୍ୟବଧାନ ୫, ମିନିଟ୍ ୧୦ ମିନିଟ୍ କିମ୍ବା ଅତି ବେଶୀରେ ଘଣ୍ଟାଏ ରହିଥାଏ। ତେବେ ମହିଳା ଜଣକଙ୍କ କ୍ଷେତ୍ରରେ ଏପରି ଘଟିନାହିଁ। ସେ ପ୍ରଥମେ ଏକ ଝିଅକୁ ଜନ୍ମ ଦେବା ପରେ ତାହାର କିଛି ସପ୍ତାହ ଛାଡ଼ି ଅନ୍ୟ ଏକ ଝିଅକୁ ଜନ୍ମ ଦେଇଛନ୍ତି। ଏଭଳି ଏକ ଘଟଣା ନିଆରା ନିଶ୍ଚୟ।
ସ୍କାନିଂରୁ ଜାଣିବାକୁ ମିଳିଛି ଯେ ଦୁଇ ଜଣ ଯାକ ପିଲା ଗର୍ଭରେ ଭିନ୍ନ ଭିନ୍ନ ଆକରରେ ଥିଲେ। ତେବେ ଏହି ଦୁଇ ପିଲାଙ୍କୁ ଜନ୍ମ ଦେଇଥିବା ମହିଳା ଜଣକ କହିଛନ୍ତି କି ‘ମୋତେ ଲଗୁଥିଲା ମୁଁ ଗର୍ଭଧାରଣ କରିଛି। ହେଲେ ମୁଁ ନିଶ୍ଚିତ ନଥିଲି। ସେଥିପାଇଁ ଆମେ ପ୍ରଚେଷ୍ଟା ଜାରି ରଖିଥିଲୁ। ମାତ୍ର ଏହାରି ମଧ୍ୟରେ କେତେବେଳେ ମୁଁ ଦୁଇ ଦୁଇ ଥର ଗର୍ଭବତୀ ହୋଇଯାଇଛି ତାହା ମୋତେ ଜଣାନାହିଁ।