ନିଜ ହୃତପିଣ୍ଡକୁ ହାତରେ ଧରି ବୁଲନ୍ତି ମହିଳା

ନୂଆଦିଲ୍ଲୀ: ଦୁନିଆରେ କିଛିଲୋକ ଏପରି  ଅବସ୍ଥାରେ ଜନ୍ମ ହୁଅନ୍ତି, ଯାହାକୁ ଦେଖି ଡାକ୍ତରମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଥାଆନ୍ତି। ନିକଟରେ ଜଣେ ଯୁବତୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଏହି ଯୁବତୀ ଜଣକ ନିଜର ହୃତପିଣ୍ଡକୁ କେତେବେଳେ ହାତରେ ଧରି ବୁଲନ୍ତି ତ ହାଉ କେତେବେଳେ ତାହାକୁ ଆଲମାରିରେ ରଖି ଦିଅନ୍ତି। ଉକ୍ତ ଯୁବତୀଙ୍କ ନାମ ଜେସିକା ମ୍ୟାନିଂ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡର ବାସିନ୍ଦା ଜେସିକା ମ୍ୟାନିଂଙ୍କର ଉଭୟ ହୃତପିଣ୍ଡ ଏବଂ ଯକୃତ ପ୍ରତିରୋପଣ କରାଯାଇଥିଲା। ୮ ବର୍ଷ ପୂର୍ବେ ଜେସିକାଙ୍କ ହୃତପିଣ୍ଡର ଖୋଲା ଅସ୍ତ୍ରୋପଚାର ହୋଇଥିଲ।  କାରଣ ତାଙ୍କ ହୃତପିଣ୍ଡରେ ୬ଟି ସମସ୍ୟା ଥିଲା।

ପ୍ରତିରୋପଣ ପରେ ଜେସିକା ନିଜ ହୃତପିଣ୍ଡ ଗବେଷଣା ପାଇଁ ଦାନ କରି ଦେଇଥିଲେ। ୧୦ ମାସ ପରେ, ଯେତେବେଳେ ଅନୁସନ୍ଧାନ କାର୍ଯ୍ୟ ସମାପ୍ତ ହେଲା, ସେତେବେଳେ ଜେସିକାଙ୍କୁ ତାଙ୍କ  ହୃତପିଣ୍ଡ ଫେରାଇ ଦିଆଯାଇଥିଲା। ସମୟସମୟ ଜେସିକା ଏହି ହୃତପିଣ୍ଡକୁ ହାତରେ ଧରି  ବ୍ୟାଗରେ ପୁରାଇ ଯାତ୍ରା କରିଥାଆନ୍ତି।

 

 

 

ସମ୍ବନ୍ଧିତ ଖବର