ସାହସ ଦେଖାଇଲେ ଝିଅ : ବୃଦ୍ଧ ବାପାଙ୍କୁ ଲୁଟେରା କବଳରୁ ରକ୍ଷା କଲେ

ମୁମ୍ବାଇ: ଗତ ଶୁକ୍ରବାର ମୁମ୍ବାଇର ଡୋମ୍ବିବଲି ଅଞ୍ଚଳରେ ବସବାସ କରୁଥିବା ଜଣେ ବୃଦ୍ଧଙ୍କ ଘରେ ଲୁଟେରା ପଶିଥିଲେ। ଆଉ ଏହି ଲୁଟେରାମାନଙ୍କ ସହିତ ଲଢ଼ି ଝିଅ ନିଜର ବୃଦ୍ଧ ବାପାଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିଥିବା ଘଟଣା ଚର୍ଚ୍ଚାରେ ରହିଛି।

ସୂଚନାଯୋଗ୍ୟ, ୬୧ବର୍ଷୀୟ ଅଶୋକ ଗୋରି ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ। ଗତ ଶୁକ୍ରବାର ଦିନ ଘରେ ସେ ଏକୁଟିଆ ଥିବା ବେଳେ ତିନିଜଣ ଲୁଟେରା ଲୁଟ୍ ପାଇଁ ତାଙ୍କ ଘରେ ପ୍ରବେଶ କରିଥିଲେ। ଲୁଟେରାମାନେ ଘରେ ଥିବା ସମୟରେ ଅଶୋକଙ୍କ ୨୦ବର୍ଷୀୟ ଝିଅ ପ୍ରତୀକ୍ଷା ହଠାତ ଆସି ପହଞ୍ଚିଯାଇଥିଲେ। ତାଙ୍କ ପିତାଙ୍କୁ ଲୁଟେରାମାନେ ଏକ ଚୌକିରେ ବସାଇ ହାତଗୋଡ଼ ବାନ୍ଧି ଦେଇଥିବା ଦେଖି ବିଚଳିତ ନ ହୋଇ ସାହସ ଦେଖାଇଥିଲେ ଝିଅ ପ୍ରତୀକ୍ଷା ।

Thieves enter house, alert 60-year-old helps nab them | Ludhiana News - Times of India
Times of India

ପ୍ରତୀକ୍ଷାଙ୍କୁ ଲୁଟେରାମାନେ ବାନ୍ଧିବାକୁ ଚେଷ୍ଟା କରୁଥିବାବେଳେ କୌଶଳେ କ୍ରମେ ସେ ସେମାନଙ୍କ କବଳରୁ ମୁକୁଳି ଆସି ଚିତ୍କାର କରିଥିଲେ। କେବଳ ଏତିକି ନୁହେଁ, ଲୁଟେରା ଯେତେବେଳେ ଫେରାର ହେବାକୁ ଉଦ୍ୟମ କରିଥିଲେ ସେ ସେମାନଙ୍କଠାରୁ ଏକ ମୋବାଇଲ ଫୋନ ଛଡ଼ାଇ ଆଣିଥିଲେ।

ଏହି ମୋବାଇଲ ଫୋନ ଓ ସିସିଟିଭିକୁ ଆଧାର କରି ପୁଲିସ ଲୁଟେରାମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା। ତିନିଜଣଙ୍କୁ ୨୪ଘଣ୍ଟା ମଧ୍ୟରେ ଗିରଫ କରି ନେଇଥିଲା ପୁଲିସ। ଗିରଫ ଅଭିଯୁକ୍ତଙ୍କ ନାମ ଚେତନ ମକୱାନା, ଅବଦୁଲ ଶେଖ ଓ ଚନ୍ଦ୍ରିକା ବୋଲି ଜଣାପଡ଼ିଛି। ତେବେ ଏହି ଲୁଟ ଯୋଜନା ଅଶୋକ ଗୋରିଙ୍କ ପଡୋଶୀ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର