ନୂଆଦିଲ୍ଲୀ: କିଛିଦିନ ହେବ ସୋସିଆଲ ମିଡିଆରେ ହାତୀକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି। ସାଧାରଣତଃ ହାତୀକୁ ଦେଖିଲେ ଲୋକେ ଭୟଭୀତ ହୋଇ ଦୌଡ଼ି ପଳାଉଥିବା ବେଳେ ନିକଟରେ ହାତୀ ଜଣେ ମହିଳାଙ୍କୁ ଦେଖି ଦୌଡ଼ି ପଳାଉଥିବା ଘଟଣା ସାମ୍ନାକୁ ଆସିଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି, ରାସ୍ତପାର୍ଶ୍ବରେ ଏକ ହାତୀ ଛିଡ଼ା ହୋଇଛି। ହାତୀ ପାଖରେ କିଛିଲୋକ ବି ଛିଡ଼ା ହୋଇଛନ୍ତି। ଏତିକି ବେଳେ ଜଣେ ମହିଳା ସ୍କୁଟି ଚାଳକ ଉକ୍ତ ଲୋକ ଓ ହାତୀକୁ ଧକ୍କା ଦେଇ ଆଗକୁ ବଢ଼ି ଯାଉଛନ୍ତି। ଏହାପରେ ହାତୀ ଭୟଭୀତ ହୋଇ ଆଗକୁ ଦୌଡ଼ି ପଳାଉଛି।
View this post on Instagram
ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଆର୍ଥ.ରିଲ ନାମକ ଆକାଉଣ୍ଟରେ ସେୟାର କରାଯାଇଛି। ଭିଡିଓକୁ ଦେଖି ଲୋକେ ହସିହସି ବେଦମ ହେଉଥିବା ବେଳେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ବି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/90୫୪.jpg)