ବିବାହ ଭୋଜିରେ ବାଜିଥିଲା ଗୁଳି, ୩ମାସ ପରେ ଜାଣିଲେ ମହିଳା

ଏଭଳି ଘଟିଥିଲା ପୂରା ଘଟଣା

ନୂଆଦିଲ୍ଲୀ: ବିବାହ ଭୋଜିରେ ବାଜିଥିଲା ଗୁଳି। ୩ମାସ ପରେ ଜାଣିଲେ ମହିଳା। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଫିଲ୍ମରେ ଆମେ ଦେଖିଥାଉ ଯେ, ଦେହରେ ଗୁଳି ବାଜିଲେ କେତେ ରକ୍ତ ବୋହିଥାଏ ଏବଂ ଯନ୍ତ୍ରଣା ହୋଇଥାଏ। ହେ‌ଲେ ଇସ୍ରାଏଲର ଜଣେ ମହିଳାଙ୍କ ଦେହରେ ଗୁଳି ବାଜିବା ସହ ଗୁଳିଟି ତିନିମାସ ଧରି ଶରୀରରେ ରହିଥିଲେ ବି ସେ ଜାଣି ନପାରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ୩ମାସ ପରେ ସର୍ଜରୀ କରାଯାଇ ମହିଳାଙ୍କ ଶରୀରରୁ ଗୁଳି କଢ଼ାଯାଇଥିବା ଜଣାପଡ଼ିଛି।

woman hit by bullet three months befor but she didt knew new
navbharattimes

ମହିଳାଙ୍କ କହିବା ମୁତାବକ, ତିନିମାସ ପୂର୍ବେ ସେ ଏକ ବିବାହକୁ ଯାଇଥିଲେ। ‌ସେଠାରେ ତାଙ୍କ ଦେହରେ ଗୁଳି ବାଜିଥିଲା। କିନ୍ତୁ ସେ ଏହା ବିଷୟରେ ଜାଣି ନଥିଲେ। ବିବାହ ଭୋଜିରେ ତାଙ୍କ ପିଠିରେ ଗୁଳି ବାଜିବା ପରେ ତାଙ୍କୁ ଯନ୍ତ୍ରଣା ହୋଇଥିଲା, ହେଲେ ରକ୍ତ ନବାହାରିବାରୁ ସେ ଗୁଳି ବାଜିଥିବା ଜାଣିପାରିନଥିଲେ। ତେବେ ଦିନକୁ ଦିନ ଯନ୍ତ୍ରଣା ବଢ଼ିବା ପରେ ଡାକ୍ତର ସିଟି ସ୍କାନ କରିବାରୁ ତାଙ୍କ ପିଠିରେ ଧାତୁ ଭଳି କିଛି ଜିନିଷ ଥିବା ଦେଖାଯାଇଥିଲା। ଏହା ପରେ ସର୍ଜରୀ କରାଯିବାରୁ ଭିତରୁ ଗୁଳି ବାହାରିବା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗୁଳିଟି ୫.୫୬ଏମଏମ ଥିବା ବେଳେ କିଏ ଏବଂ କାହିଁକି ଗୁଳି ଚଳାଇଥିଲା, ତାହା ପୁଲିସ ଖୋଜି ବାହାର କରିପାରିନାହିଁ।

ସମ୍ବନ୍ଧିତ ଖବର