ନୂଆଦିଲ୍ଲୀ: ସୋସିଆଲ ମିଡିଆ ଏପରି ଏକ ମାଧ୍ୟମ ପାଲଟିଛି, ଯେଉଁଠାରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଡ ବଡିଆ ପର୍ଯ୍ୟନ୍ତ ସମସ୍ତେ ଧମାଲ କରୁଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ହେଉଥିବା କିଛି ଭିଡିଓ ରାତାରାତି ଭାଇରାଲ ହୋଇଯିବା ହେତୁ , ଉକ୍ତ ଭିଡିଓରେ ଥିବା ବ୍ୟକ୍ତି ବି ଚର୍ଚ୍ଚାକୁ ଚାଲି ଆସିଥାଆନ୍ତି।

Advertisment

ଏହି କ୍ରମରେ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କେରଳର ଜଣେ ଆଇଏଏସ୍ ଅଧିକାରୀ ଛାତ୍ରଛାତ୍ରୀମାନଙ୍କ ସହ ନାଚୁଥିବାର ନଜର ଆସିଛନ୍ତି। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ ବି କରୁଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଥିବା ମହିଳା ଆଇଏଏସଙ୍କ ନାମ ଦିବ୍ୟା ଏସ ଅୟର ବୋଲି ଜଣାପଡ଼ିଛି। ଦିବ୍ୟା କେରଳର ପଥାନାମଥିଟ୍ଟା ଜିଲ୍ଲାର ଡିଏମ୍ ରହିଛନ୍ତି।

ଭିଡିଓରେ ଆଇଏଏସ୍ ଦିବ୍ୟା ରଣଭୀର ସିଂ-ଦୀପିକା ପାଦୁକୋନଙ୍କ ଅଭିନୀତ ସିନେମା ଗୋଲିୟୋ କି ରାସଲିଲା ରାମ-ଲୀଲା ଗୀତରେ 'ନଗାଡା ସଙ୍ଗ ଢ଼ୋଲ ...' ଗୀତରେ ଛାତ୍ରମାନଙ୍କ ସହ ନାଚୁଥିବାର ନଜର ଆସିଛନ୍ତି।

ଏହା କୁହାଯାଉଛି ଯେ ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟ (ଏମଜି ୟୁନିଭରସିଟି, କେରଳ)ର କଳା ମହୋତ୍ସବର ପ୍ରସ୍ତୁତି ବିଷୟରେ ବୁଝିବା ପାଇଁ ଡିଏମ୍ ଷ୍ଟାଡିୟମରେ ପହଞ୍ଚିଥିଲେ, ଯେଉଁଠାରେ ଛାତ୍ରଛାତ୍ରୀମାନେ ନୃତ୍ୟ ଅଭ୍ୟାସ କରୁଥିଲେ। ଛାତ୍ରଛାତ୍ରୀଙ୍କୁ ନୃତ୍ୟ କରୁଥିବା ଦେଖି  ଡିଏମ ଦିବ୍ୟା ବି କିଛି ସମୟ ପାଇଁ ଠୁମକା ଲଗାଇ ଦେଇଥିଲେ।

ଏହି ଭିଡିଓ ଫେସବୁକରେ ଅଜିନ ପଥାନାମଥିଟ୍ଟା ନାମକ ଜଣେ ବ୍ୟବହାର ‌ସେୟାର କରିଛନ୍ତି।