ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦେଲେ ମହିଳା, ଘଟଣାସ୍ଥଳରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: କୁକୁର ମଣିଷର ସବୁଠାରୁ ପ୍ରିୟ ପଶୁ ଅଟେ। କୁକୁରମାନେ ମଣିଷର ଏକ ପ୍ରକାର ବନ୍ଧୁ ଭଳି ହୋଇଥାଆନ୍ତି। ଲୋକେ କୁକୁରମାନଙ୍କୁ ଘରେ ନିଜ ପୋଷାକୁକୁର ଭଳି ରଖିଥାଆନ୍ତି। ନିକଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା କୁକୁର ପାଇଁ ନିଜ ଜୀବନ ଦେଇ ଦେଇଥିବା ଜଣାପଡ଼ିଛି। ଏହି ଘଟଣା ଇଂଲଣ୍ଡରୁ ସାମ୍ନାକୁ ଆସିଛି।

ଖବର ଅନୁଯାୟୀ, ଇଂଲଣ୍ଡର ଇଷ୍ଟହାମର ବାସିନ୍ଦା କ୍ରିଷ୍ଟିନ ରବିନସନ ତାଙ୍କ ପୋଷା କୁକୁର ସହିତ ବୁଲିବାକୁ ଯାଇଥିଲେ। ସେ ନିଜ କୁକୁର ସହିତ ନଦୀ କୂଳରେ ବୁଲୁଥିଲେ। ଏହି ସମୟରେ ତାଙ୍କ କୁକୁର ଖସି ଯାଇ ପାଣିକୁ ଚାଲି ଯାଇଥିଲା। ଏହା ପରେ ୫୭ ବର୍ଷ ମହିଳା ନିଜ ଜୀବନରୁ ଖାତିର ନକରି ନିଜ କୁକୁର ଜୀବନ ବଞ୍ଚାଇବା ପାଇଁ ନଦୀକୁ ଡେଇଁ ପଡ଼ିଥିଲେ।

ଦୁଃଖର ବିଷୟ କୁକୁରର ଜୀବନ ବଞ୍ଚାଇବା ପାଇଁ ଯାଇଥିବା ମହିଳା ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ମହିଳା ଏବଂ କୁକୁରର ଜୀବନ ବିପଦରେ ପଡ଼ିଥିବା ଦେଖି କୋଷ୍ଟଗାର୍ଡ, ପୁଲିସ ଏବଂ ଆମ୍ବୁଲାନ୍ସ ସେବା ମିଳିତ ଭାବେ ଅପରେସନ୍ ଚଳାଇଥିଲେ।  ଏହି ଘଟଣାରେ କୁକୁରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲେ ହେଁ, ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା।

ଘଟଣାର ଦୁଇ ବର୍ଷ ପରେ ଏପ୍ରିଲ ୨୦ରେ ଲିଭରପୁଲ୍ କୋର୍ଟରେ ହୋଲିହେଡ କୋଷ୍ଟଗାର୍ଡର ମ୍ୟାନେଜରଙ୍କୁ ମହିଳାଙ୍କ ମୃତ୍ୟୁ ବିଷୟରେ ପଚରାଯାଇଥିଲା। କୋଷ୍ଟଗାର୍ଡ ମ୍ୟାନେଜରଙ୍କୁ ତୁରନ୍ତ ଘଟଣା ସମ୍ପର୍କରେ ଅବଗତ କରାଯିବା ପରେ ମହିଳା ଏବଂ କୁକୁରକୁ ଉଦ୍ଧାର କରିବାରେ ୩ ମିନିଟର ବିଳମ୍ବ କିପରି ହେଲା ବୋଲି କୋର୍ଟ  ପଚାରିଥିଲେ। ଏହାର ଉତ୍ତରରେ ମ୍ୟାନେଜର କହିଥିଲେ ଯେ ଘଟଣା ବିଷୟରେ ବୁଝି ଉଦ୍ଧାର କାର୍ଯ୍ୟ ଚଳାଇବାକୁ ତିନି ମିନିଟ୍ ସମୟ ଲାଗିଥିଲା।

ସମ୍ବନ୍ଧିତ ଖବର