ମା’ ବନିବାର ୫ଦିନ ପରେ ଗାଧୋଉ ଥିଲେ ମହିଳା, ତଳକୁ ଝୁଙ୍କିଲା ବେଳେ ପେଟ ଫାଟି ବାହାରି ପଡ଼ିଲା ଅନ୍ତବୁଜୁଳା…ତା’ପରେ କ’ଣ ଘଟିଲା ଜାଣନ୍ତୁ

ନୂଆଦିଲ୍ଲୀ: ସ୍କଟଲ୍ୟାଣ୍ଡର ମେକଡଫ ସହରରେ ରହୁଥିବା ମେଲ୍‌ ବ୍ରେମନର (୩୮) ଏକ ସାକ୍ଷତକାରରେ ତାଙ୍କ ସହ ଘଟିଥିବା ଏକ ଭୟଙ୍କର ଘଟଣା ବିଷୟ ସେୟାର କରିଛନ୍ତି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ୨୦୧୧ ଡିସେମ୍ବରରେ ବ୍ରେମନର ଏକ ଶିଶୁକୁ ଜନ୍ମ ଦେଇଥିଲେ। ଶିଶୁକୁୁ ଜନ୍ମ ଦେବାର ପାଞ୍ଚଦିନ ପରେ ତାଙ୍କ ସହ ଏମିତି ଘଟଣା ଘଟିଥିଲା କି ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ।

ମେଲ୍‌ ଏକ ହୋଟେଲ୍‌ରେ କାମ କରନ୍ତି। ୨୦୧୧ ମସିହା ଡିସେମ୍ବରରେ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ସେହି ସମୟରେ ଏହି ଘଟଣା ଘଟିଥିଲା। ସିଜରିୟାନ୍‌ ଡେଲିଭରି ଜରିଆରେ ମେଲ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପ୍ରସବ ପରେ ମହିଳାଙ୍କୁ ହସ୍‌ପିଟାଲରୁ ଛୁଟି ମିଳି ଯାଇଥିଲା। ପାଞ୍ଚଦିନ ପରେ ସେ ନିଜ ଘର ବାଥ୍‌ରୁମ୍‌ରେ ଗାଧୋଇବାକୁ ଯାଇଥିଲେ। ତଳକୁ ନଇଁ ପଡ଼ିବା ସମୟରେ ତାଙ୍କ ପେଟ ଫାଟି ଯାଇଥିଲା ଓ ଭିତରୁ ଅନ୍ତବୁଜୁଳା ବାହାରକୁ ବାହାରି ଆସିଥିଲା। ସେ ଅନ୍ତବୁଜୁଳାକୁ ହାତରେ ଧରି ବାହାରକୁ ଆସିଥିଲେ। ସ୍ୱାମୀ ଏଡନ ଜନ୍‌ସନ୍‌ ତାଙ୍କ ଶରୀରକୁ ତଉଲିଆରେ ଘୋଡାଇ ଆମ୍ବୁଲାନ୍ସ ଡକାଇ ଡାକ୍ତରଖାନା ନେଇ ଯାଇଥିଲେ।

ସେଠାରେ ଡାକ୍ତର ମେଲ୍‌ଙ୍କ ତୁରନ୍ତ ଚିକିତ୍ସା କରି ତାଙ୍କ ଜୀବନ ବଞ୍ଚାଇ ଦେଇଥିଲେ। ଏହି ଘଟଣା ମେଲ୍‌ଙ୍କ ମନେ ପଡ଼ିଲେ ତାଙ୍କର ଲୋମମୂଳ ଏବେ ବି ଟାଙ୍କୁରି ଉଠେ ବୋଲି ସେ କହନ୍ତି।

ସମ୍ବନ୍ଧିତ ଖବର