ନୂଆଦିଲ୍ଳୀ: ଆଜିକାଲି ବିବାହ ଭାଙ୍ଗିବା କିଛି ବଡ଼ କଥା ନୁହେଁ। ପ୍ରତିଦିନ, ପ୍ରତି ମୁହୂର୍ତ୍ତରେ କେଉଁଠି ନା କେଉଁଠି ବିବାହ ଭାଙ୍ଗୁଥିବାର ଉଦାହରଣ ଆମକୁ ଦେଖିବାକୁ ମିଳୁଛି। ନିକଟରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ନିଜ ସ୍ବାମୀଙ୍କୁ ଚିଠି ଲେଖି ତାଙ୍କ ପ୍ରେମିକଙ୍କ ସହ ଘରୁ ଛାଡ଼ି ପଳାଇ ଯାଇଛନ୍ତି। ମହିଳା ଜଣକ ଦୁଇ ଦୁଇ ଜଣ ପିଲାଙ୍କ ମାଆ ହେବା ପରେ ବି ତାଙ୍କୁ ନିଜଠାରୁ ୧୮ ବର୍ଷ ସ‌ାନ ପିଲା ସହ ପ୍ରେମ ହୋଇଗଲା ଓ ସେ ନିଜର ୨୪ ବର୍ଷର ବୈବାହିକ ଜୀବନକୁ ପଛ କରି ପ୍ରେମିକ ସହ ପଳେଇଛନ୍ତି। ତେବେ ମହିଳା ଜଣକ ଘର ଛାଡ଼ିବା ବେ‌ଳେ ତାଙ୍କ ସ୍ବାମୀଙ୍କୁ ଏକ ଚିଠି ଲେଖି ଯାଇଛନ୍ତି।

Advertisment

ମହିଳାଙ୍କ କହିବାନୁସାରେ ତାଙ୍କର ୩୫ ବର୍ଷୀୟ ଜନ୍‌ସନ୍‌ଙ୍କ ସହ ଅନ୍‌ଲାଇନ୍‌ରୁ ଚିହ୍ନାଜଣା ହୋଇଥିଲା। ସେ ସମୟ‌ରେ ମହିଳା ନିଜ ବୈବାହିକ ଜୀବନରେ ବି ଖୁସି ନଥିଲେ। ସେହି କାରଣରୁ ଅନ୍‌ଲାଇନରୁ ମିଳିଥିବା ଜନ୍‌ସନ୍‌ଙ୍କ ସହ ପ୍ରଥମେ ବନ୍ଧୁତ୍ବ ହୋଇ ପରେ ଏହା ପ୍ରେମକୁ ବଦଳି ଯାଇଥିଲା। ମହିଳାଙ୍କ କହିବାନୁସା‌ରେ ତାଙ୍କ ସ୍ବାମୀଙ୍କ ସହ ତାଙ୍କ ସଂପର୍କ ରୁମ୍‌ମେଟ୍‌ ପରି ଥିଲା। ସେମାନଙ୍କ ମଧ୍ୟରେ କୌଣସି ଭାବପ୍ରବଣତା ନଥିଲା।

ମହିଳା ତାଙ୍କ ସ୍ବାମୀଙ୍କ ପାଇଁ ଛାଡ଼ି ଯାଇଥିବା ଚିଠିରେ ଲେଖାଥିଲା, ‘ଆମେ ଦୀର୍ଘ ଦିନ ହେବ ଏହି ସଂପର୍କରେ ଖୁସିନାହାନ୍ତି। ମୋତେ କ୍ଷମା କରିଦବ ମୁଁ ତୁମକୁ ଛାଡ଼ିକି ଯାଉଛି।’ ଏହାସହ ମହିଳା ଆହୁରି ବି ଉଲ୍ଲେଖ କରିଛନ୍ତି ଯେ ସେ ତାଙ୍କ ପ୍ରେମିକଙ୍କୁ ପ୍ରଥମ ଥର ଆଲିଙ୍ଗନ କରିବା ପରେ ହିଁ ବୁଝି ଯାଇଥିଲେ ‌ଯେ ତାଙ୍କ ବିବାହ ଭାଙ୍ଗିଲା ବୋଲି।