ବୈକୁଣ୍ଠପୁର: ବୈକୁଣ୍ଠପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବଦରିଆ ଗ୍ରାମରେ ବସବାସ କରୁଥିବା ପଲ୍ଲି ଦେବୀ ଗତ ୩୩ବର୍ଷ ହେବ କେବଳ ଚା’ ପିଇ ବଞ୍ଚି ରହିଛନ୍ତି। ଏହି ମହିଳା ଚା’ ପିଇ କେବଳ ବଞ୍ଚିଛନ୍ତି ତା’ନୁହେଁ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ବି ରହିଛନ୍ତି। ମହିଳାଙ୍କ ଏଭଳି ଶାରୀରିକ ବିଶେଷତାକୁ ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

Advertisment

publive-image

ପ୍ରାୟତଃ ଖବର ଆସିଥାଏ କି, ଲୋକମାନେ ପଥର, କାଚ, କୁଟା ଆଦି ଖାଇ ବଞ୍ଚି ଥାଆନ୍ତି। ପଲ୍ଲୀ ଦେବୀ ନାମକ ଏହି ମହିଳା କେବଳ ଚା’ ପିଇ ବଞ୍ଚିଛନ୍ତି। ଏହା ଭଗବାନଙ୍କ ଚମତ୍କାର ଠାରୁ କମ୍‌ ନୁହେଁ ବୋଲି ଡାକ୍ତର କହିଛନ୍ତି। ମହିଳାଙ୍କୁ ୧୧ବର୍ଷ ହୋଇଥିବା ବେଳେ ସେ ଖାଦ୍ୟ ଓ ପାନୀୟ ଛାଡ଼ି ଦେଇଥିଲେ। କୋରିଆ ଜିଲ୍ଲାର ୧୫କିମି ଦୂର ବରଦିଆ ଗ୍ରାମରେ ବସବାସ କରୁଥିବା ପଲ୍ଲୀ ଦେବୀ ନିଜ ପିତାଙ୍କ ସହ ରହନ୍ତି। ପଲ୍ଲୀ ଦେବୀଙ୍କୁ ଲୋକମାନେ ‘ଚା’ ବାଲି ଚାଚି’ ବୋଲି ଡାକି ଥାଆନ୍ତି।

publive-image

ପରିବାରଲୋକଙ୍କ କହିବାନୁସାରେ, ପଲ୍ଲୀ ଦେବୀ ପ୍ରତ୍ୟୁଷର ଉଠି ପ୍ରଭୁ ଶିବଙ୍କ ଭକ୍ତିରେ ବ୍ୟସ୍ତ ଥାଆନ୍ତି। ଏତଦ୍‌ ବ୍ୟତୀତ ସେ ଘରର ସମସ୍ତ କାମ କରନ୍ତି। ପିତାଙ୍କ ପାଇଁ ଖାଇବା ବି ପ୍ରସ୍ତୁତ କରି ଥାଆନ୍ତି। ପଲ୍ଲୀ ଦେବୀ କେବଳ ଅଦା, ଲେମ୍ବୁ, ଚିନି ଓ ପାଣିରେ ପ୍ରସ୍ତୁତ ଚା’ ପିଇ ଥାଆନ୍ତି।