ନୂଆଦିଲ୍ଲୀ: ପିଲାଙ୍କ ସାମ୍ନାରେ ଅପମାନିତ ହେବା ପରେ ଜଣେ ମହିଳା ତାଙ୍କ ଓଜନରେ ଅଦ୍ଭୁତ ପରିବର୍ତ୍ତନ କରିଛନ୍ତି। ୧୧୪କିଲୋ ଓଜନ ଥିବା ମହିଳା ନିଜ ଓଜନରୁ ୬୧କିଲୋ ଓଜନ ହ୍ରାସ କରିଛନ୍ତି। ଏଥିପାଇଁ ସେ ସର୍ଜରି ସହିତ ବ୍ୟାୟାମ କରୁଥିଲେ ଓ ସନ୍ତୁଳିତ ଆହାର ମଧ୍ୟ ଖାଉଥିଲେ।

Advertisment

ଆମେରିକାର ୱାସିଂଟନରେ ରହୁଥିବା ୨୫ବର୍ଷର ସାରା ଲାକେଟ ନିଜର ଏଭଳି ପରିବର୍ତ୍ତନକୁ ସେୟାର କରିଛନ୍ତି। ସାରା ଜଣେ ଡିଜିଟାଲ କେଣ୍ଟେଟ କ୍ରିଏଟର ଓ ଫିଟନେସ କୋଚ ରହିଛନ୍ତି। ମଝିରେ ତାଙ୍କ ଓଜନ ବୃଦ୍ଧି ପାଇ ଓଭରୱେଟ ହୋଇଯାଇଥିଲା। ଏମିତି କି ତାଙ୍କ ଓଜନ ୧୧୪କିଲୋ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଏହି କାରଣରୁ ଅନେକ ସମୟରେ ତାଙ୍କୁ ଅପମାନିତ ହେବାକୁ ପଡ଼ିଥିଲା।

ସାରା ତାଙ୍କ ସ୍ବାମୀ ଓ ଦୁଇ ପିଲାଙ୍କ ସହିତ ଏକଦା ପାର୍କକୁ ଯାଇଥିଲେ। ସେଠାରେ ପିଲାମାନେ ତାଙ୍କୁ ବନ୍ଦ ସ୍ଲାଇଡ ଭିତରକୁ ଯିବାକୁ ଜିଦ କରିଥିଲେ। ପିଲାଙ୍କ କଥା ମାନି ସାରା ସ୍ଲାଇଡକୁ ଯାଇଥିଲେ ସିନା କିନ୍ତୁ ସେଠାରେ ସେ ଅଧାରୁ ଅଟକି ଯାଇଥିଲେ।

ସେଥିରୁ ତାଙ୍କ ସ୍ବାମୀ ତାଙ୍କୁ ଟାଣିକି ବାହାର କରିଥିଲେ। ଏହାପରେ ଯାଇ ସାରାଙ୍କ ଜୀବନ ରକ୍ଷା ପାଇଥିଲା।  ନିଜର ମୋଟାପଣ ପାଇଁ ପିଲାଙ୍କ ସାମ୍ନାରେ ତାଙ୍କୁ ଅପମାନିତ ହେବାକୁ ପଡ଼ିଥିଲା। ଏହି କାରଣରୁ ସାରାଙ୍କୁ ବହୁତ କଷ୍ଟ ହୋଇଥିଲା।  ଏହା ପରଠାରୁ ସେ ନିଜ ଓଜନ କିପରି ହ୍ରାସ କରିବେ ସେଥିପାଇଁ ଲାଗି ପଡ଼ିଥିଲେ।

ପ୍ରଥମେ ସାରା ୨୦୨୧ ସେପ୍ଟେମ୍ବର ମାସରେ ଓଜନ ହ୍ରାସ କରିବା ପାଇଁ ସର୍ଜରୀ କରିଥିଲେ। ଏଥିସହିତ ସେ ବ୍ୟାୟାମ କରିବା ସହିତ ସନ୍ତୁଳିତ ଆହର ବି ଖାଉଥିଲେ। ଏଭଳି ଭାବେ ସାରା ୧୧୪ କିଲୋ ଓଜନରୁ ୫୮କିଲୋ ଓଜନ ହ୍ରାସ କରି ଦେଇଥିଲେ। ବର୍ତ୍ତମାନ ତାଙ୍କ ଓଜନ ୫୩କିଲୋ ରହିଛି।