କୁମ୍ଭୀର ଆକ୍ରମଣରେ ଯୁବତୀ ହରାଇ ଥିଲେ ହାତ, ଚିକିତ୍ସା ପରେ ହସ୍‌ପିଟାଲରେ ଭାବି ସ୍ୱାମୀଙ୍କୁ କଲେ ବିବାହ

ନୂଆଦିଲ୍ଲୀ:ଜିମ୍ବାୱେରେ କୁମ୍ଭୀର ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇ ତାଙ୍କ ବାମ ହାତକୁ ହରାଇ ଦେଇଛନ୍ତି। ଡାକ୍ତର ତୁରନ୍ତ ମହିଳାଙ୍କ ଚିକିତ୍ସା କରି ଜୀବନ ବଞ୍ଚାଇ ଦେଇଥିଲେ। ହସ୍‌ପିଟାଲରେ ଠିକ୍‌ ହେବା ପରେ ଜେନିଲି ଲେବୁ ହସ୍‌ପିଟାଲରେ ହିଁ ନିଜ ଭାବି ସ୍ୱାମୀଙ୍କ ସହିତ ବିବାହ କରିଥିବାର ଘଟଣା ସାମ୍ନାକୁ ଆସିଛି।

ଜେନିଲି ଏହି ଘଟଣା ସମ୍ପର୍କରେ କହନ୍ତି, କିଛିଦିନ ତଳେ ସେ ତାଙ୍କ ଭାବି ସ୍ୱାମୀ ଜେମି ଫକ୍ସଙ୍କ ସହିତ ଭିକଟୋରିଆ ହ୍ରଦ ପାଖରେ ଥିବା ଜାମ୍ବେଜି ନଦୀ ପାଖକୁ ଛୁଟି କଟାଇବାକୁ ଯାଇଥିଲେ। ନଦୀରେ ଡଙ୍ଗାରେ ବସି ବୁଲୁଥିବା ସମୟରେ ପାଣି ଭିତରକୁ ଏକ କୁମ୍ଭୀର ହଠାତ୍‌ ଆସି ତାଙ୍କ ବାମ ହାତକୁ ଟାଣି ନେଇଥିଲା । ସେତେବେଳେ ଡଙ୍ଗା ବି ପାଣି ଭିତରେ ବୁଡିବାକୁ ଲାଗିଥିଲା। କୁମ୍ଭୀର ତାଙ୍କ ହାତକୁ ଧରି ଟାଣିବାରେ ଲାଗିଥିଲା। ସେହି ସମୟରେ କୁମ୍ଭୀର କବଳରୁ ଜେନିଲିଙ୍କୁ ରକ୍ଷା କରିବା ପାଇଁ ନାବିକ ଓ ତାଙ୍କ ଭାବି ସ୍ୱାମୀ ବହୁ ଚେଷ୍ଟା କରିଥିଲେ। ଏହାପରେ ପରେ କୁମ୍ଭୀର ତାଙ୍କ ହାତ ଛାଡ଼ିକୁ ଛାଡ଼ି ପାଣି ଭିତରକୁ ପଳାଇ ଥିଲା। ଏହାପରେ ହେଲିକପ୍ଟର ଦ୍ୱାରା ଏୟାରଲିଫ୍ଟ  କରାଯାଇ ଜେନିଲିଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ ନିଆ ଯାଇଥିଲା।

ସମ୍ବନ୍ଧିତ ଖବର