ନୂଆଦିଲ୍ଲୀ: ଆମେ ସମସ୍ତେ ଜାଣୁ ଯେ ଏହି ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନଙ୍କ କୁକୁର ପ୍ରତି ଦୁର୍ବଳତା ରହିଛି। ଏହି ଲୋକମାନେ କୁକୁରମାନଙ୍କୁ ସର୍ବୋତ୍ତମ ଜୀବନ ଦେବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି।
ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୩୭ ବର୍ଷ ବୟସ୍କା ଅଳଙ୍କାର ବ୍ୟବସାୟୀ ନାଥାଲି କନାଫ୍ ନିଜ କୁକୁରକୁ ଏକ ଚମତ୍କାର ଉପହାର ଦେଇଛନ୍ତି। ଏହି ଉପହାରର ମୂଲ୍ୟ ୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଅର୍ଥାତ ମହିଳା ଜଣକ ନିଜର ପୋଷାକୁକୁରକୁ ଏକ ସୁନ୍ଦର ହୀରାର ହାର ଦେଇଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି ।
ଖବର ଅନୁଯାୟୀ, ଏହି ମହିଳାଙ୍କ ନାମ ନାଥାଲି କନାଫ୍। ସେ ଲଣ୍ଡନର ସୋହୋ ଅଞ୍ଚଳରେ ବସବାସ କରନ୍ତି। ବୃତ୍ତି ଅନୁଯାୟୀ ସେ ଜଣେ ଅଳଙ୍କାର ବ୍ୟବସାୟୀ। ନାଥାଲି କନଫ୍ କୁକୁରମାନଙ୍କୁ ବହୁତ ଭଲ ପାଆନ୍ତି। ସେ କୁକୁରକୁ କେତେ ପରିମାଣରେ ଭଲ ପାଆନ୍ତି ତାହା ତ କହିପାରିବେ ନାହିଁ। କିନ୍ତୁ କୁକୁର ହିତ ପାଇଁ, ଖୁସି ପାଇଁ ସେ ସବୁ କିଛି କରିବାକୁ ପ୍ରସ୍ତୁତ ଥିବା ବେଳେ ନାଥଲି କନାଫ୍ କୁକୁରକୁ ନିକଟରେ ଏକ ସୁନ୍ଦର ଉପହାର ଦେଇଥିବା କଥା କହିଛନ୍ତି।
ଏହି ପ୍ରସଙ୍ଗରେ ନାଥାଲି କହିଛନ୍ତି, ଯେ ମୁଁ ଯେପରି ଭଲ ଦେଖାଯାଏ, ମୋର କୁକୁରମାନେ ମଧ୍ୟ ଭଲ ରହିବା ଉଚିତ୍ । ଏତଦ ବ୍ୟତୀତ କୁକୁରର ସୁରକ୍ଷା ପାଇଁ ନାଥାଲି କନାଫ୍ ଜଣେ ଅଙ୍ଗରକ୍ଷୀଙ୍କୁ ନିଯୁକ୍ତ ମଧ୍ୟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Untitled-1-copy-44.jpg)