ନୂଅଦିଲ୍ଳୀ: ବିବାହ ପରେ ଆଜି ବି ଅନେକ ଦେଶର ମହିଳା ଗୃହିଣୀ ବା ‘ହାଉସ୍‌ୱାଇଫ୍‌’ ବନିଯାଆନ୍ତି। ନିଜର ଚାକିରି ଛାଡ଼ି କେବଳ ଘର କାମକାର୍ଯ୍ୟରେ ବ୍ୟସ୍ତ ରହିଯାଆନ୍ତି। ଏପରି ଉଦାହାରଣ ଆପଣ ନିଜ ପରିବାରରୁ ନେଇ ବନ୍ଧୁବାନ୍ଧବ ବ‌ା ପଡ଼ିଶା ଘରେ ଦେଖିଥିବେ। ଏଥିରେ ମହିଳାମାନେ ନିଜର କ୍ଷତି ଦର୍ଶାଇ ଅନେକ ମାମଲା ରୁଜୁ କରିଥିବାର ଉଦାହରଣ ବି ରହିଛି।

Advertisment

କିଛି କ୍ଷେତ୍ରରେ ଛାଡ଼ପତ୍ର ପରେ ଏହି ମହିଳାମାନଙ୍କୁ ଚା‌କିରି ମିଳିବା ବି କଷ୍ଟକର ହୋଇଥାଏ। ଏହି ସମସ୍ୟାର ସମାଧାନ ଚିନ୍ତା କରି ଜଣେ ମହିଳା ନିଜ ସ୍ବାମୀଙ୍କ ନିକଟରେ ଚାକିରି ଛାଡ଼ିବା ବଦଳରେ ଏକ ସର୍ତ୍ତ ରଖିଛନ୍ତି। କେବଳ ସର୍ତ୍ତ ନୁହେଁ, ସେ ସ୍ବାମୀଙ୍କ ଦସ୍ତଖତ ନେଇ ଏକ ଚୁକ୍ତି କରିଛନ୍ତି ଯେ ଯଦି ତାଙ୍କ ସ୍ବାମୀ ତାଙ୍କୁ ଛାଡ଼ପତ୍ର ଦିଅନ୍ତି ତ ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ତାଙ୍କର ଖର୍ଚ୍ଚ ସ୍ବାମୀ ହିଁ ଉଠାଇବେ।

ମହିଳା ଜଣକ ଏ ସଂପର୍କରେ ସୋସିଆଲ୍‌ ମିଡିଆରେ ସୂଚନା ଦେଇଛନ୍ତି। ମହିଳାଙ୍କର ଏହି ନିଷ୍ପତ୍ତିକୁ କିଛି ଲୋକ ପ୍ରଶଂସା କରିଥିବା ବେଳେ କେହି କେହି ନାପସନ୍ଦ ବି କରିଛନ୍ତି। ଏହି ମହିଳାଙ୍କର ଟିକ୍‌ଟକ୍‌ରେ ୨୬ ହଜାରରୁ ଅଧିକ ସବ୍‌ସ୍କ୍ରାଇବର୍‌ ଅଛନ୍ତି। ସେ ତାଙ୍କ ସୋସିଆଲ୍‌ ମିଡିଆରେ ନିଜ ସ୍ବାମୀଙ୍କ ସହ କରିଥିବା ଚୁକ୍ତିପତ୍ରକୁ ବି ଦେଖାଇଛନ୍ତି।

ତାଙ୍କର ଏହି ଭିଡିଓକୁ ଏବେ ସୁଦ୍ଧା ୬.୩ ମିଲିୟନ୍‌ରୁ ବି ଅଧିକ ଲୋକ ଦେଖି ସାରିଲେଣି। ତାଙ୍କ କହିବା କଥା ହେଉଛି ସେ ପରିବାର ପାଇଁ ଅନେକ କିଛି କରିବା ପରେ ଭବିଷ୍ୟତରେ କ୍ଷତି ସହିପାରିବେ ନାହିଁ।