ନୂଆଦିଲ୍ଲୀ: ଆପଣ ଜଣେ ମହିଳାଙ୍କୁ ଜଣେ, ଦୁଇ ଜଣ କିମ୍ବା ଅତି ବେଶୀରେ ତିନି ଜଣ ପୁରୁୁଷଙ୍କୁ ବିବାହ କରିଥିବାର ଦେଖିଥିବେ। ମାତ୍ର ଆମେ ଆଜି ଜଣେ ଏପରି ମହିଳାଙ୍କ ବିଷୟରେ କହିବୁ, ଯିଏକ ୧୧ ଜଣ ପୁରୁଷଙ୍କୁ ବିବାହ କରିସାରିବା ପରେ ଏବେ ୧୨ ନମ୍ବର ସ୍ବାମୀ ଖୋଜୁଛନ୍ତି। ଲଗାତର ତାଙ୍କର ବିବାହ ବିଚ୍ଛେଦ ଘଟୁଥିବାରୁ ମହିଳା ଜଣକ ବେଶ୍ ବିଶାଦଗ୍ରସ୍ତ ମଧ୍ୟ। ସେ ୧୧ ଥର ତାଙ୍କ ବିବାହରେ ବିଫଳ ହେବା ପରେ ବି ଆଶା ରଖିଛନ୍ତି ଯେ ଏବେ ବି ତାଙ୍କୁ ଜଣେ ଉପଯୁକ୍ତ ଜୀବନସାଥୀ ମିଳିପାରିବେ।
ମହିଳାଙ୍କୁ ଏବେ ୫୧ ବର୍ଷ। ତାଙ୍କ ନାମ ମୋନେଟ୍ ଡିୟାସ୍। ସେ ଆମେରିକାର ଉଟାରେ ରହନ୍ତି। ସେ ଜଣେ ଇଣ୍ଟେରିୟର୍ ଡିଜାଇନର୍। ସେ ‘ଆଡିକ୍ଟେଡ୍ ଟୁ ମ୍ୟାରେଜ୍’ ନାମକ ଏକ ସୋ’ରେ ତାଙ୍କ ପ୍ରେମିକଙ୍କ ସହ ନଜର ଆସି ସାରିଛନ୍ତି। ସୋ’ରେ ଡିୟାସ୍ଙ୍କୁ ତାଙ୍କ ପ୍ରେମିକଙ୍କ ସହ ଦେଖିବା ପରେ ସେ ତାଙ୍କ ଦ୍ବାଦଶ ସ୍ବାମୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଥିଲା। ମାତ୍ର ଏକ ବଡ଼ ଧରଣର ଝଗଡ଼ା ପରେ ସେମାନଙ୍କ ସଂପର୍କ ଭାଙ୍ଗି ଯାଇଥିବା ସୂଚନା ରହିଛି।
/sambad/media/post_attachments/wp-content/uploads/2022/06/tlc-screenshot_2022-06-20_113205-300x200.jpg)
ବାରମ୍ବାର ସଂପର୍କ ଭାଙ୍ଗିବା ପରେ ଡିୟାସ୍ଙ୍କୁ ଏବେ ବି ଲାଗୁଛି ଯେ ତାଙ୍କୁ ଦିନେ ନା ଦିନେ ତାଙ୍କ ବାସ୍ତବ ପ୍ରେମ ନିଶ୍ଚୟ ମିଳିବ। କେହି ତ ନିଶ୍ଚୟ ଅଛି, ଯିଏ ତାଙ୍କର ଅପେକ୍ଷାରେ ବସିଛି ଓ ତାଙ୍କୁ ଜୀବନ ଯାକ ପାଇଁ ସାଥୀ କରିବ।