ପ୍ରତ୍ୟେକ ମହିଳାଙ୍କ ଆଶା ସେମାନେ ଜୀବନସାଥୀ ଭାବେ ଯାହାର ହାତ ଧରିବେ ସେ ରାଜକୁମାର ଭଳି ହୋଇଥିବ । ତେବେ ଏହି କ୍ରମରେ ଜଣେ ମହିଳା ଭୂତକୁ ବିବାହ କରିଥିବା ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ।
ନିକଟରେ ଆମଣ୍ଡା ଟିଗ୍‌ୟୁ ନାମକ ଜଣେ ମହିଳା ୩୦୦ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଭୂତକୁ ବିବାହ କରିଛନ୍ତି। ଏହା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ମହିଳା ପୁରୁଷମାନଙ୍କ ମଧ୍ୟରୁ ନିଜର ଜୀବନ ସାଥୀ ବାଛିବାରେ ଅସଫଳ ହେବାରୁ ସେ ଏପରି କରିଥିବା ଜଣା ପଡ଼ିଛି ।

Advertisment

publive-image

୨୦୧୪ରେ ଆମଣ୍ଡା ରାତିରେ ଶୋଇଥିବା ବେଳେ ତାଙ୍କ ପାଖରେ କିଏ ବସିଥିବାର ସେ ଅନୁଭବ କରିଥିଲେ । ଏହା ପରେ ସେ ଜ୍ୟାକ୍‌ଙ୍କ ବିଷୟରେ ଜାଣିବାକୁ ଥିଲେ। ୩୦୦ବର୍ଷ ତଳେ ସାମୁଦ୍ରିକ ଚୋର ଭାବେ ପୁଲିସ  ମୋତେ ଗିରଫ କରିବା ସହିତ ମୃତ୍ୟୁଦଣ୍ଡ ଦେଇଥିଲା ବୋଲି ଜ୍ୟାକ୍‌ ଆମାଣ୍ଡାକୁ ଜଣାଇଥିଲେ ।

ସବୁ କିଛିି ଜାଣିବା ପରେ ଜ୍ୟାକ୍‌ ଏବଂ ଆମାଣ୍ଡାଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା । କିଛିଦିନ କଥା ହେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଏହା ଏକ ଫିଲ୍ମର କାହାଣୀ ଭଳି ଲାଗୁଥିଲେ ମଧ୍ୟ ବାସ୍ତବରେ ଏପରି ଘଟଣା ଘଟିଛି। କିଛି ଦିନ ପ୍ରେମ ସଂପର୍କ ଚାଲିବା ପରେ ଜ୍ୟାକ୍‌ ଆମାଣ୍ଡାଙ୍କୁ ବିବାହ କରିବା ପାଇଁ ନିବେଦନ କରିଥିଲେ । ଜ୍ୟାକ୍‌ଙ୍କ ନିବେଦନ ଶୁଣିବା ପରେ ଆମାଣ୍ଡା ଏହା କିପରି ସମ୍ଭବ ହୋଇ ପାରିବ ବୋଲି ଭାବିବା ସହ ଇଣ୍ଟରନେଟ୍‌ରେ ଏହାର ସମାଧାନ ଖୋଜିବା ଆରମ୍ଭ କଲେ ।

publive-image

କିଛି ଦିନର ଗବେଷଣା ପରେ ତାଙ୍କ ଭଳି ଆଉ ଅନେକ ମହିଳାମାନେ ମଧ୍ୟ ଏହି ପରିସ୍ଥିତି ଦେଇ ଗତି କରି ସାରିଛନ୍ତି ବୋଲି ସେ ଜାଣିବାକୁ ପାଇଥିଲେ । ଏହା ପରେ ସେ ଜ୍ୟାକ୍‌ଙ୍କୁ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ । ଜ୍ୟାକ୍‌ଙ୍କ ବିବାହ କରିବା ପାଇଁ ସେ ସମୁଦ୍ର ମଧ୍ୟକୁ ଯାଇ ଆଧ୍ୟାତ୍ମିକ ଉପାୟ ଆପଣାଇ ଜ୍ୟାକ୍‌ଙ୍କୁ ବିବାହ କରିଥିଲେ । ଜ୍ୟାକ୍‌ଙ୍କ ଉପସ୍ଥିତିକୁ ଅନୁଭବ କରିବା ପାଇଁ ସେ ଏକ ଖପୁରୀ ଥିବା କଳା ପତାକାକୁ ପାକରେ ରଖି ବିବାହ କରିଥିଲେ । ଗୋଟେ ଭୂତ ସହ ଶାରୀରିକ ସଂପର୍କ ସମ୍ଭବ କି ନାହଁ ପଚରାଯିବାରୁ ସେ ସମ୍ଭବ ବୋଲି କହିଥିଲେ ।
ଭୂତ ସହ ଶାରୀରିକ ସଂପର୍କ ରଖିବା ଗୋଟେ ମଣିଷ ସହ ଶାରୀରିକ ସଂପର୍କ ରଖିବା ସହ ସମାନ । “ଖାଲି ଆପଣ ତାଙ୍କୁ ଦେଖି ପରିବେନି କିନ୍ତୁ ତାଙ୍କ ସ୍ପର୍ଶକୁ ଅନୁଭବ କରି ପାରିବେ ।

ଜ୍ୟାକ୍‌ ଏବଂ ମୋ ଭିତରେ ସେହି ଭଳି ସଂପର୍କ ରହିଛି । ଆମେ ଦୁଇ ଜଣ ଦୁଇ ଜଣଙ୍କ ସହ ବହୁତ ଖୁସି ଅଛୁ” ବୋଲି ଆମାଣ୍ଡା ପ୍ରଶ୍ନର ଉତ୍ତର ରଖି କହିଥିଲେ ।