ନୂଆଦିଲ୍ଲୀ: ଆମେରିକାରେ ଜଣେ ମହିଳା ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେବା ପରେ ଶ୍ବଶୁରଙ୍କୁ ବିବାହ କରିଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।
ପ୍ରକାଶିତ ରିପୋର୍ଟ ମୁତାବକ, କେଣ୍ଟୁକି ସହରରେ ରହୁଥିବା ଏରିଆ କ୍ବିଗ୍ଲି ନାମକ ମହିଳାଙ୍କ ବୟସ ୩୧ବର୍ଷ। ସେ ତାଙ୍କ ୬୦ବର୍ଷୀୟ ଶ୍ବଶୁରଙ୍କୁ ବିବାହ କରିଥିବା ଜଣାପଡ଼ିଛି। ତେବେ ଏରିକା ୨୦୦୯ରେ ଜଷ୍ଟିନଙ୍କୁ ବିବାହ କରିଥିଲେ। ଏହି ସମୟରେ ତାଙ୍କ ବୟସ ୧୯ବର୍ଷ ଥିଲା।
ବିବାହ ପରେ ଦୁହିଁଙ୍କ ବୈବାହିକ ଜୀବନ ଠିକ ଭାବେ ଚାଲି ନଥିଲା। ଏହି କାରଣରୁ ୨୦୧୭ରେ ଏରିକା ଓ ଜଷ୍ଟିନଙ୍କ ବିବାହ ବିଚ୍ଛେଦ ହୋଇଯାଇଥିଲା। ଏରିକା ଓ ଜଷ୍ଟିନଙ୍କ ପୁତ୍ର ସନ୍ତାନଟିଏ ଅଛି। ଆଶ୍ଚର୍ଯ୍ୟର କଥା ବିବାହ ବିଚ୍ଛେଦର ବର୍ଷେ ନପୂରୁଣୁ ଏରିକା ଅନ୍ତସତ୍ତ୍ବା ହୋଇଥିଲେ। ଏହାପରେ ବୋହୂ ଓ ଶ୍ବଶୁର ଦୁହେଁ ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
/sambad/media/post_attachments/cae4a3d683f038812ff0dc7001aa09e8372d4a62199e5d71b728c0ae1ce8ba33.jpg)
ଏରିକାଙ୍କ ଶ୍ବଶୁର ଜେଫ ବି ତାଙ୍କ ସ୍ତ୍ରୀଙ୍କୁ ୨୦୧୬ରେ ଛାଡ଼ପତ୍ର ଦେଇଥିଲେ। ସେ କିଛିବର୍ଷ ହେବ ବୋହୂ ଏରିକାଙ୍କ ଦୁଃଖସୁଖ ବୁଝି ଆସୁଥିଲେ।
ଏହି ଘଟଣାକୁ ନେଇ ଏରିକା କହନ୍ତି, ମୁଁ ବିବାହ ପ୍ରସଙ୍ଗ ନେଇ ଜଷ୍ଟିନ ସହିତ କଥା ହୋଇଥିଲି। ତେବେ ସେ ଏହାକୁ ନେଇ ସକାରାତ୍ମକ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ତୁମେ କାହାକୁ ଭଲ ପାଇବ ଏହା ନିଜ ଆୟତ୍ତରେ ନ ଥାଏ। ମୋର ଓ ଜଷ୍ଟିନଙ୍କ ମଧ୍ୟରେ କୌଣସି ପ୍ରକାର ସମସ୍ୟା ନାହିଁ।
ତେବେ ଜେଫ କହନ୍ତି, ଏରିକାଙ୍କ ମଧ୍ୟରେ ମୁଁ ମୋର ପ୍ରଥମ ପତ୍ନୀଙ୍କୁ ଦେଖେ। ଆମେ ଦୁହେଁ ବହୁତ ଖୁସିରେ ଅଛୁ। ଆମ ଭିତରେ ଥିବା ବୟସର ଫରକକୁ ନେଇ କେବେ ଚିନ୍ତା କରି ନାହୁଁ। ଏମିତି ବି ଲୋକେ ମୋତେ କହିଥାଆନ୍ତି ମୁଁ ୪୦ରୁ ୪୫ବର୍ଷର ଲାଗିଥାଏ। ନିକଟରେ ଦୁହେଁ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Untitled-1-copy-31.jpg)