ଚେନ୍‌ରେ ବନ୍ଧା ହୋଇଥିବା ପୋଷ୍ୟ ସିଂହକୁ ଦେଖି ମହିଳାଙ୍କୁ ସମାଲେଚନା କଲେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ

ନୂଆଦିଲ୍ଳୀ: ସୋସିଆଲ୍‌ ମିଡିଆରେ ଆପଣ ଅନେକ ଭିଡ଼ିଓ ଦେଖିଥିବେ। ଅନେକ ଜୀବଯନ୍ତୁଙ୍କ ଭିଡିଓ ବି ଦେଖିଥିବେ ଆପଣ ଇଣ୍ଟର୍‌ନେଟ୍‌ରେ। ନିକଟରେ ଏକ ସିଂହର ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ଏକ ସିଂହକୁ ଚେନ୍‌ରେ ବାନ୍ଧିକରି ରଖିଛନ୍ତି। ଯାହାକୁ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀମାନେ ଆଦୌ ପସନ୍ଦ କରିନାହାନ୍ତି। ମହିଳାଙ୍କୁ ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ସମାଲୋଚନା କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ଏକ ହଳଦିଆ ରଂଗର ସାଲୱାର୍‌ ସୁଟ୍‌ ପିନ୍ଧି ଚେନ୍‌ରେ ବନ୍ଧା ହୋଇଥିବା ଏକ ସିଂହ ପାଖରେ ନଜର ଆସିଛନ୍ତି। ମହିଳା ଜଣକ ସିଂହଟିର ମୁଣ୍ଡକୁ ଆଉଁସୁଛନ୍ତି। ତା’ର ଟିକେ ପାଖକୁ ଲାଗି ଆଉ ଏକ ସିଂହ ବି ଚେନ୍‌ରେ ବନ୍ଧା ହୋଇଛି। ମହିଳା ଜଣକ ସିଂହଟିର ମୁଣ୍ଡକୁ ଆଉଁସିବା ବେଳେ ସିଂହଟି ପାଟି ମେଲା କରୁଥିବାର ବି ଭିଡିଓରେ ଦେଖିବାକୁ ମିଳିଛି।

 

 

View this post on Instagram

 

A post shared by Khaleel Ahmed (@k4_khaleel)

ଭିଡିଓଟିକୁ ଲୋକେ ଦେଖିବା ପରେ ସମାଲୋଚନା କରିବା ଆରମ୍ଭ କରିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ମାଡାମ୍‌ ସେ ସିଂହ, ବିଲେଇ ନୁହେଁ’। ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ‘ବନ୍ୟ ଯନ୍ତୁଙ୍କୁ ଏପରି ଚେନ୍‌ରେ ବନ୍ଧା ଯାଇଥିବାର ଦେଖି ମୁଁ ଯନ୍ତ୍ରଣା ଅନୁଭବ କରୁଛି। ଭଗବାନଙ୍କ ପାଇଁ ସେମାନଙ୍କୁ ସେମାନଙ୍କ ନିଜ ପ୍ରାକୃତିକ ବାସରେ ଛାଡ଼ିଦିଅ’। ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ‘ଏ ମହିଳାଙ୍କୁ ଜେଲ୍‌ ହୋଇଯିବା ଉଚିତ’।

ସମ୍ବନ୍ଧିତ ଖବର