ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ କର୍ତ୍ତବ୍ୟ ସଂପାଦନ କରି ଉଦାହରଣ ପାଲଟିଲେ ମହିଳା କନ୍‌ଷ୍ଟେବଲ୍‌, ଡିୟୁଟି ସମୟରେ ଶିଶୁକୁ କରାଇଲେ ସ୍ତନ୍ୟପାନ

ଅହମ୍ମଦାବାଦ୍‌: ପୂର୍ବରୁ ମାତୃତ୍ବର ଅନେକ ବିରଳ ଉଦାହରଣ ସବୁ ଆମେ ଦେଖିଛନ୍ତି। ନିକଟରେ ଅହମ୍ମଦାବାଦର ଜଣେ ମହିଳା କନ୍‌ଷ୍ଟେବଲ୍‌ ତାଙ୍କ କାର୍ଯ୍ୟ ସ୍ଥାନକୁ ନିଜର ୧ ବର୍ଷର ଶିଶୁକୁ ସାଥିରେ ନେଇ ବେଶ୍ ଚର୍ଚ୍ଚା ପାଲଟିଛନ୍ତି। ଆମେରିିକା ରାଷ୍ଟ୍ରପତି ଡୋନାଳ୍ଡ ଟ୍ରମ୍ପ୍‌ ଓ ଫା‌ଷ୍ଟ୍‌ ଲେଡି ମାଲେନିଆଙ୍କ ଭାରତ ଗସ୍ତ କାଳରେ ଡିୟୁଟିକୁ କନ୍‌ଷ୍ଟେବଲ୍‌ ତାଙ୍କ ଶିଶୁଟିକୁ ନେଇ ଯାଇଥିବା ଦେଖିବାକୁ ମିଳିଛି।

ଏହି ମହିଳା କନ୍‌ଷ୍ଟେବଲ୍‌ଙ୍କ ନାମ ସଂଗୀତା ପର୍ମର। ସେ ବରୋଦା ସହରର ବାସିନ୍ଦା। ଏକା ସାଥିରେ କିପରି ଜଣେ କର୍ମଜୀବୀ ଓ ମାଆର କର୍ତ୍ତବ୍ୟ ପାଳନ କରାଯାଇପାରେ ତାହା ଶିକ୍ଷା ଦେଇ ସେ ଏବେ ଉଦାହରଣ ପାଲଟିଛନ୍ତି।

ଗଣମାଧ୍ୟମରେ ନିଜର ବୟାନ ଦେଇ ସଂଗୀତା କୁହନ୍ତି, ‘ମୋତେ ଉଭୟ ପୁଲିସ୍‌ କନ୍‌‌ଷ୍ଟବଲ୍‌ ଓ ଜଣେ ମାଆର ଭୂମିକା ନିଭାଇବାର ଥିଲା। ଏଥିମଧ୍ୟରୁ ମୁଁ କେଉଁ ଗୋଟାଏକୁ ବାଛିପାରି ନଥ‌ାନ୍ତି।’ ଗତ ପାଞ୍ଚ ଦିନ ହେବ ସଂଗୀତା ଏପରି ଭାବେ ନିଜର ବ୍ୟକ୍ତିଗତ ଓ ବୃତିଗତ କର୍ତ୍ତବ୍ୟ ସଂପାଦନ କରି ଆସୁଛନ୍ତି।

ସେ କୁହନ୍ତି କି ‘ ମୋ ପିଲାକୁ ମୋତେ ସ୍ତନ୍ୟପାନ କରାଇବାକୁ ପଡୁଥିବା କାରଣରୁ ମୁଁ ଏପରି ନିଷ୍ପତ୍ତି ନେଇଛି। କାରଣ ମୋ ପରିବାର ମୋ କାର୍ଯ୍ୟକ୍ଷେତ୍ରଠାରୁ ୨୫ କିଲୋମିଟର ଦୂରରେ ରୁହନ୍ତି। ଏଥିପାଇଁ ଡିୟୁଟି ସମୟରେ ମୋତେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ତଥାପି ମୋ ପୁଅକୁ ସୁସ୍ଥ ରଖିବା ପାଇଁ ଏପରି କରିବା ଜରୁରୀ ଓ ମୋତେ ଏଥିରୁ ଆତ୍ମ ସନ୍ତୋଷ ମିଳେ।’

 

ସମ୍ବନ୍ଧିତ ଖବର