ଜାକର୍ତ୍ତା: ସୋସିଆଲ ମିଡିଆରେ ଏକ ଲୋମ ଟାଙ୍କୁରା ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ମହିଳା ପର୍ଯ୍ୟଟକ ସମୁଦ୍ରରେ ପାଖରେ ଛିଡା ହୋଇ ଫଟୋ ଉଠାଉଥିଲେ। ଏହି ସମୟରେ ହଠାତ୍ ଏକ ବଡ଼ ଲହଡି ଆସିଥିଲା। ଏହି ଲହଡିରେ ସେ ଭାସି ବି ଯାଇଥିଲେ। ଏଭଳି ଏକ ଘଟଣା ଇଣ୍ଡୋନେସିଆର ନୁସା ଲେମ୍ବ୍ରୋଗନର ଏକ ଦ୍ୱୀପ ଡେଭିଲ୍ସ ଟିୟରରେ ଘଟିଛି।
/sambad/media/post_attachments/wp-content/uploads/2019/03/1553068474_bali-tourist-300x185.png)
ଦେଖନ୍ତୁ ଏହି ଘଟଣାର ଭିଡିଓ...
花季少女,巨浪吞噬,命懸一線 pic.twitter.com/qTo7vDyDRu
— 人民日報 People's Daily (@PDChinese) March 17, 2019
ଡେଭିଲ୍ସ ଟିୟରରେରେ ଜଣେ ମହିଳା ଦୁଇଟି ହାତକୁ ମେଲାଇ ମୁହଁରେ ହସ ଫୁଟାଇ ଫଟୋ ପାଇଁ ପୋଜ ଦେଉଥିଲେ। ଏହି ସମୟରେ ତାଙ୍କ ପଛପଟୁ ଆକସ୍ମିକ ଭାବେ ଲକ ବଡ଼ ଲହଡି ଆସିଥିଲା। ଲହଡି ମାଡରେ ମହିଳା ଦୂରକୁ ଯାଇ ଫିଙ୍ଗି ହୋଇଥିଲେ। ମହିଳାଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି, ଚିକିତ୍ସା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା କଥା ଡାକ୍ତର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/woman-page.jpg)