ନୂଆଦିଲ୍ଲୀ: ମାଗଣାରେ ଖାଦ୍ୟ ଓ ପାନୀୟ ପାଇଁ ଭିନ୍ନ ଭିନ୍ନ ଦିନରେ ଭିନ୍ନ ପୁରୁଷଙ୍କ ସହ ଡେଟ୍‌ରେ ଯାଉଥିବା ଜଣେ ଯୁବତୀ ଏବେ ଚର୍ଚ୍ଚିତ ପାଲଟିଛନ୍ତି। ଏହି ପ୍ରକ୍ରିୟାକୁ ସେ ନେଟ୍‌ୱର୍କ ଡେଟିଂ ସ୍କିମ୍‌ ନାମ ଦେଇଛନ୍ତି। ଯୁବତୀ ଜଣକ ଏକ ଭିଡିଓ ଜାରି କରି ଏ ସଂପର୍କରେ ଲୋକଙ୍କୁ କହିଛନ୍ତି। ଯାହାପରେ ଯୁବତୀଙ୍କ ଡେଟିଂ ତରିକା ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ଭିଡିଓ ଟିକ୍‌ଟକ୍‌ରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ଯୁବତୀ ଜଣକ ହେଉଛନ୍ତି ଆମେରିକାର ଟେକ୍ସାସର ବାସିନ୍ଦା ହନ୍ନା। ସେ ଡେଟିଂ ଟିପ୍‌ ସହ ଯୋଡ଼ା ଭିଡିଓ ସେୟାର କରି ଲୋକଙ୍କୁ ତାଙ୍କର ଡେଟିଂ ତରିକା ସଂପର୍କରେ ଅବଗତ କରାଇଛନ୍ତି। ସେ କହିଛନ୍ତି କି ତାଙ୍କ ରୋଷ୍ଟର୍‌ ହିସାବରେ ଆଗାମୀ ୨ ସପ୍ତାହରେ ତାଙ୍କର ୫ ଜଣ ଅଲଗା ଲୋକଙ୍କ ସହ ଡେଟ୍‌ରେ ଯିବାର ଅଛି।

ସେ କହିଛନ୍ତି କି ଏହି ଗରମ ଋତୁରେ ମୋ ପାଖରେ ବହୁତ ଗୁଡ଼ାଏ ଯୋଜନା ଅଛି। ବହୁତ ପୁରୁଷ ବି ଅଛନ୍ତି, ଯିଏକି ମୋ ପାଇଁ ‌ଓ ମୋ ବନ୍ଧୁଙ୍କ ପାଇଁ କ୍ଲବ୍‌ରେ ମଦ କିଣିଦେବେ।

ଅନ୍ୟ ଏକ ପୋଷ୍ଟ୍‌ରେ ଯୁବତୀ ଜଣକ ତାଙ୍କ ଡେଟିଂ ରୋଷ୍ଟର୍‌ ବାବଦରେ ଖୋଲାଖୋଲି ଭାବେ ଜଣାଇଛନ୍ତି। ସେ କହିଛନ୍ତି କି ସେ ତାଙ୍କ ଫୋନ୍‌ରେ ଡେଟିଂ ନାମରେ ଏକ ଫୋଲ୍ଡର ବନାଇଛନ୍ତି। ସେଥିରେ ସେ ଡେଟିଂ ବାବଦରେ ତଥ୍ୟ ସବୁ ରଖନ୍ତି। ସେ ଆହୁରି ବି କହିଛନ୍ତି ଯେ କେବଳ ଗମ୍ଭୀର ସ୍ବଭାବର ଯୁବକଙ୍କ ସହ ସେ ଡେଟ୍‌ କରିବାକୁ ଯାଆନ୍ତି।