ନିଜେ ଟ୍ରକ ଚଲାଇ ସ୍ବପ୍ନ‌ରେ ଦେଖିଥିବା ସ୍ଥାନରେ ପହଞ୍ଚିଲେ ମହିଳା

ନୂଆଦିଲ୍ଲୀ: ଜଣେ ମହିଳା ଟ୍ରକ ଚଲାଇ କେରଳରୁ ଡ୍ରିମ ଡେଷ୍ଟିନେସନ ପହଞ୍ଚି ଯାଇଛନ୍ତି। ମହିଳାଙ୍କ ଏଭଳି କାମ ପାଇଁ ସୋସିଆଲ ମିଡିଆରେ ତାଙ୍କର ବେଶ ପ୍ରଶଂସା କରାଯାଉଛି। ଲୋକମା‌ନେ ଦୂର ଯାତ୍ରା ପାଇଁ କାର, ବସ ଓ ଟ୍ରେନରେ ବାଛିଥାଆନ୍ତି। କିନ୍ତୁ ଏହି ମହିଳା ଜଣକ ଟ୍ରକ ଜରିଆରେ ନିଜର ଯାତ୍ରା ଆରମ୍ଭ କରିଥିଲେ। ଆଉ ଇଚ୍ଛା କରିଥିବା ସ୍ଥାନରେ ଯାଇ ପହଞ୍ଚିଯାଇଥିଲେ। ମହିଳା ୟୁଟ୍ୟୁବ ଚାନେଲରେ ନିଜର  ବ୍ଲଗ ଭିଡିଓରେ  ଯାତ୍ରାର ଭିଡିଓ ପୋଷ୍ଟ କରିଛନ୍ତି।

ମହିଳାଙ୍କ ନାମ ଜେଲାଜା ରଥିଶ। ବୟସ ୪୦ବର୍ଷ ହେବ। ଜେଲାଜା ନିଜର ଏହି ସ୍ବତନ୍ତ୍ର ଯାତ୍ରା କେରଳର ଏର୍ନାକୁଲମରୁ ଆରମ୍ଭ କରିଥିଲେ। ତାଙ୍କର ସ୍ବପ୍ନର ସ୍ଥାନ କଶ୍ମୀର ଥିଲା। ଏହି ଯାତ୍ରାରେ ତାଙ୍କ ସହିତ ସ୍ବାମୀ ରଥିଶ ଓ ସମ୍ପର୍କୀୟ ଅନିସ ସାମିଲ ଥିଲେ। ସେ ଟ୍ରକ ଯୋଗେ ଫେବ୍ରୁଆରି ୨ ତାରିଖରେ ଯାତ୍ରା ଆରମ୍ଭ କରିଥିଲେ। ଅର୍ଥାତ ମହିଳା ସ୍ବପ୍ନର ସ୍ଥାନରେ ପହଞ୍ଚିବା ପାଇଁ ଟ୍ରକ ଯୋଗେ ୩୫୦୦କିମି ଯାତ୍ରା କରିଥିଲେ।

ଜେଲାଜା ତାଙ୍କ ପୂରା ଯାତ୍ରାର ଭିଡିଓ କରିଛନ୍ତି। ଯାହାକୁ ଲୋକେ ବେଶ ପସନ୍ଦ ବି କରୁଛନ୍ତି। ସେ ଏହି ଭିଡିଓ କରି କହିଛନ୍ତି, ଯେଉଁସ୍ଥାନକୁ ସେ ଟିଭିରେ ଓ ସ୍ବପ୍ନ‌ରେ ଦେଖିଥିଲେ ‌ସେଠାରେ ଆଜି ଆସି ସେ ପହଞ୍ଚିଯାଇଛନ୍ତି।

ଜେଲାଜା କହିଛନ୍ତି, ପିଲାଟି ବେଳରୁ ମୋତେ ଟ୍ରକ ଚଲାଇବା ବହୁତ ସଉକ ଥିଲା। କିନ୍ତୁ ସୁଯୋଗ ମିଳି ନଥଲା। ବିବାହ ପରେ ସ୍ବାମୀଙ୍କ ସହଯୋଗ କ୍ରମେ ମୁଁ ଟ୍ରକ ଚଲାଇବା ଶିଖି ଯାଇଥିଲା। ତେବେ କଶ୍ମୀର ଯାତ୍ରା ସମୟରେ ବେଶୀ କିଛି ଟଙ୍କା ବ୍ୟୟ କରିବାକୁ ପଡ଼ି ନଥିଲା। କାରଣ ଆମେ  ଘରୁ ନେଇଥିବା ଖାଦ୍ୟକୁ ଟ୍ରକରେ ହିଁ ଖାଉଥିଲୁ ଓ ଦରକାର ପଡ଼ିଲେ ଟ୍ରକ ଭିତରେ ଶୋଇ ପଡ଼ୁଥିଲୁ।

ସମ୍ବନ୍ଧିତ ଖବର